ମନୋରଞ୍ଜନ

୮୮ରେ ପାଦ ଥାପିଲେ ଆଶା

ବଲିଉଡ୍‌ର ପ୍ରଖ୍ୟାତ ଗାୟିକା ଆଶା ଭୋସଲେ ଆଜି ୮୮ ବର୍ଷରେ ପାଦ ଥାପିଛନ୍ତି। ସେ ବଲିଉଡ୍‌କୁ ଅନେକ ସୁପରହିଟ୍ ଗୀତ ଭେଟି ଦେଇଛନ୍ତି। ଏଯାବତ ସେ ପ୍ରାୟ ୧୨ହଜାର ଗୀତ ଗାଇଛନ୍ତି। ହିନ୍ଦୀ ବ୍ୟତୀତ ସେ ମରାଠୀ, ବଙ୍ଗାଳୀ, ଗୁଜୁରାଟୀ, ପଞ୍ଜାବୀ, ତାମିଲ, ମାଲାୟାଲମ୍, ଓଡ଼ିଆ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ମାତ୍ର ଇଣ୍ଡଷ୍ଟ୍ରିରେ ଏହି ସଫଳତା ହାସଲ କରିବା ଆଶାଙ୍କ ପାଇଁ ଏତେ ସହଜ ନଥିଲା। ପିଲା ବେ‌ଳୁ ଆଶା ଗୀତ ଗାଇବା ଆରମ୍ଭ କରିଥିଲେ। ସେ ଭଉଣୀ ଲତା ମଙ୍ଗେସକରଙ୍କ ସେକ୍ରେଟାରି ଗଣପତି ରାଓଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ଆଶା ୧୬ ବର୍ଷ ବୟସର ହୋଇଥିବାବେଳେ ଗଣପତିଙ୍କୁ ୩୧ ବର୍ଷ ହୋଇଥିଲା। ପରିବାର ଲୋକେ ଆଶାଙ୍କ ଏହି ସମ୍ପର୍କକୁ ବିରୋଧ କରୁଥିଲେ। ମାତ୍ର ସେ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ଯାଇ ଗଣପତିଙ୍କୁ ବିବାହ କରିଥିଲେ। ଏହା ମଧ୍ୟ ଲତା ଏବଂ ଆଶାଙ୍କ ସମ୍ପର୍କକୁ ଖରାପ କରିଦେଇଥିଲା।

ଅପରପକ୍ଷରେ ଆଶା ଏବଂ ଗଣପତିଙ୍କ ବିବାହ ଅଧିକ ଦିନ ତିଷ୍ଠି ରହି ନଥିଲା। ଦୁହେଁ ଅଲଗା ହୋଇଯାଇଥିଲେ। ଏହାପରେ ଆଶାଙ୍କ ଜୀବନରେ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଆର୍‌ଡି ବର୍ମନ ଆସିଥିଲେ। ଆର୍‌ଡି ଏବଂ ଆଶାଙ୍କ ପ୍ରଥମ ଦେଖା ୧୯୫୬ ମସିହାରେ ହୋଇଥିଲା। ସେତେବେଳକୁ ଆଶା ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସୃଷ୍ଟି କରିସାଥିଲେ ଏବଂ ଆର୍‌ଡି ପ୍ରସିଦ୍ଧ ସଂଗୀତଜ୍ଞ ସଚିନ ଦେବ ବର୍ମନଙ୍କ କିଶୋର ପୁତ୍ର ଥିଲେ। ପ୍ରାୟ ୧୦ ବର୍ଷ ପରେ ଆର୍‌ଡି ବର୍ମନ୍ ଫିଲ୍ମ ‘ତିସରୀ ମଞ୍ଜିଲ୍’ ପାଇଁ ଆଶାଙ୍କ ସହ ସମ୍ପର୍କ କରିଥିଲେ। ଏହାପରେ ଆଶା ଏବଂ ଆର୍‌ଡିଙ୍କ ସାକ୍ଷାତ କ୍ରମାଗତ ଭାବରେ ବଢ଼ିବାକୁ ଲାଗିଲା। ସେହି ସମୟରେ ଆର୍‌ଡିଙ୍କର ତାଙ୍କ ପ୍ରଥମ ପତ୍ନୀ ରୀତା ପଟେଲଙ୍କ ସହ ସମ୍ପର୍କ ଭଲ ନଥିଲା ଏବଂ ଦୁହେଁ ଅଲଗା ରହିବା ରହୁଥିଲେ। ଆଶା ଏବଂ ଆର୍‌ଡି ଏକାଠି ଏକାଧିକ ସୁପରହିଟ୍ ଗୀତ କରିଥିଲେ। ପରେ ଦୁହିଁଙ୍କ ମଧ୍ୟରେ ପ୍ରେମରେ ପଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ