ଦେଶ ବିଦେଶ ଧର୍ମ ରାଜ୍ୟ

ରାଧାଷ୍ଟମୀରେ ରହିଛି ବିଶେଷ ଆୟୁଷ୍ମାନ ଯୋଗ: ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ପୂଜା ବିଧି

ଭୁବନେଶ୍ୱର ୦୬/୦୯ : ହିନ୍ଦୁ ଧର୍ମରେ ରାଧାଷ୍ଟମୀର ବିଶେଷ ମହତ୍ତ୍ୱ ରହିଛି। ରାଧାଷ୍ଟମୀରେ ରାଧାକୁ ପୂଜା କରାଯାଏ ଓ ବ୍ରତ ମଧ୍ୟ ପାଳନ କରାଯାଏ। ରାଧାଷ୍ଟମୀ ପୂଜା କଲେ ସବୁ ଦୁଃଖ ଦୂର ହୋଇଥାଏ ବୋଲି କୁହାଯାଏ। ଜାଣନ୍ତୁ କେବେ ପଡିବ ରାଧାଷ୍ଟମୀ ପର୍ବ…

ହିନ୍ଦୁ ପାଞ୍ଜି ଅନୁସାରେ ରାଧାଷ୍ଟମୀ ପର୍ବ ଆଗାମୀ ୧୪ ତାରିଖ, ମଙ୍ଗଳବାର, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପଡିବ। ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ରାଧାଷ୍ଟମୀ ମଧ୍ୟ କୁହାଯାଏ।

ପାଞ୍ଜି ଅନୁସାରେ ୧୪ ତାରିଖ ମଙ୍ଗଳବାର ଦିନ ଜ୍ୟୋଷ୍ଠା ନକ୍ଷତ୍ର ରହିବ। ଜ୍ୟୋଷ୍ଠା ନକ୍ଷତ୍ର ପ୍ରାତଃ ୭ଟା ୫ ମିନିଟ ଯାଏଁ ରହିବ। ଏହାପରେ ମୂଳ ନକ୍ଷତ୍ର ଆରମ୍ଭ ହେବ। ରାଧାଷ୍ଟମୀରେ ବିଶେଷ ଶୁଭ ଯୋଗ ମଧ୍ୟ ରହିଛି। ଏହି ଯୋଗରେ ଆୟୁଷ୍ମାନ ଯୋଗ ସୃଷ୍ଟି ହେବ। ଅର୍ଥାତ ରାଧାଷ୍ଟମୀ ପୂଜା ଓ ବ୍ରତ ଏହି ଯୋଗରେ କରାଯିବ।

ରାଧାଷ୍ଟମୀ ବ୍ରତ ବିଶେଷ ପୁଣ୍ୟ ପ୍ରଦାନ କରିଥାଏ ବୋଲି କୁହାଯାଏ। ଏହି ବ୍ରତ ପାଳନ କଲେ ସବୁ ପ୍ରକାର କଷ୍ଟ ଦୂର ହୋଇଥାଏ। ଏହା ଧନ ସମସ୍ୟା ମଧ୍ୟ ଦୂର କରିଥାଏ। ସଧବା ମହିଳା ଏହି ଦିନ ବ୍ରତ ପାଳନ କରି ରାଧାଙ୍କୁ ପୂଜା କରିଥାନ୍ତି। ଏହିଦିନ ମହିଳାମାନେ ବ୍ରତ ପାଳନ କଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି। ଏହି ଦିନ ରାଧାଙ୍କୁ ପୂଜା କଲେ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ। ଜୀବନରେ ସୁଖ-ସମୃଦ୍ଧି ପ୍ରାପ୍ତ ହୁଏ।

ପୂଜା ବିଧି – ସକାଳୁ ଉଠି ସ୍ନାନ ଆଦି ସାରି ସ୍ଵଛ ବସ୍ତ୍ର ଧାରଣା କରିବା ଉଚିତ। ଏହାପରେ ମଣ୍ଡପରେ ଆସନ ତିଆରି କରି ମଧ୍ୟଭାଗରେ ମାଟି କିମ୍ବା ତମ୍ବା କଳସ ସ୍ଥାପନ କରିବେ। କଳସରେ ତମ୍ବା ପାତ୍ର ରଖି ଏହା ଉପରେ ରାଧାଙ୍କ ମୂର୍ତ୍ତି ସ୍ଥାପିତ କରିବେ। ଏହାପରେ ଷୋଡଶ ଉପଚାରରେ ରାଧାଙ୍କୁ ପୂଜା କରିବେ। ବିଧି ବିଧାନ ଅନୁଯାୟୀ ପୂଜା କରି ଦିନ ସାରା ବ୍ରତ ପାଳନ କରିବେ। ଆର ଦିନ ଶ୍ରଦ୍ଧା ପୂର୍ବକ ଦାନ କରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ