ଖେଳ ଦେଶ ବିଦେଶ

ଦେବଯାନୀ ଦାସଙ୍କୁ ଗୁଜୁରାଟ ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୦୫/୦୯: ଓଡ଼ିଆ ମହିଳା ପାଇଲେ ଗୁଜୁରାଟ ସାହିତ୍ୟ ଏକାଡେମୀ ପୁରସ୍କାର। ବାଲେଶ୍ଵର ଜିଲ୍ଲାର ଦେବଯାନୀ ଦାସ ସାହିତ୍ୟରେ ଭାଷା ଦକ୍ଷତା, ଉଲ୍ଲେଖ ଶୈଳୀ, ସୃଜନଶୀଳତା ଓ ବିଶ୍ଵ ସାହିତ୍ୟ ପ୍ରତି ତାଙ୍କର ଅବଦାନ ପାଇଁ ଏହି ପୁରସ୍କାର ପାଇଛନ୍ତି। ସେ ଜଣେ ପରିବେଶବିତ୍ ତଥା ଟିଭି ଓ ରେଡିଓ କଳାକାର ମଧ୍ୟ।

ସାହିତ୍ୟରେ ଦେବଯାନୀ ଦାସଙ୍କର ବହୁ ଅବଦାନ ରହିଛି । ସେ ବିଭିନ୍ନ ପ୍ରସଙ୍ଗ ଯଥା, ଇତିହାସ, ବିଜ୍ଞାନ, ଆଧ୍ୟାତ୍ମିକ ଉପରେ ଅନେକ ବହି ଲେଖିଛନ୍ତି । ଏତତ୍ ବ୍ୟତୀତ ଉପନ୍ୟାସ, କବିତା, ଗଳ୍ପ, ଅନୁବାଦ, ସ୍ତମ୍ଭ ଲେଖିବାରେ ମଧ୍ୟ ତାଙ୍କର ଦକ୍ଷତା ରହିଛି । ଆହୁରି ମଧ୍ୟ ବିଭିନ୍ନ ବିଷୟ ବସ୍ତୁ ଉପରେ ସେ ଓଡିଆ, ଇଂରାଜୀ ଓ ହିନ୍ଦୀରେ ନିଜର ମତ ଦେଇଥାନ୍ତି ।

ବିଭିନ୍ନ ଗଛର ଔଷଧିୟ ଗୁଣ ବାବଦରେ ଲେଖି ସେ ନିଜ ଲେଖନୀକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ଭାଷା ଉପରେ ଅଧ୍ୟୟନ କରନ୍ତି ସେମାନେ ନିଜର ଥେସିସ୍ ପେପରେ ଦେବଯାନୀଙ୍କ ବି।ୟ ବସ୍ତୁକୁ ଉଦାହରଣ ଭାବେ ନେଇଥାନ୍ତି ।

ଗୁଜୁରାଚ ସାହିତ୍ୟ ଆକାଡେମୀର ନିର୍ଦ୍ଦେଶକ ଡ. ବିଷ୍ଣୁ ପାଣ୍ଡ୍ୟା କହିଛନ୍ତି ଯେ, ଦେବଯାନୀଙ୍କ ଭାଷା ସାହିତ୍ୟରେ ଅବଦାନ ଓ ଦକ୍ଷତା ଅତୁଳନୀୟ ।ଏହା ନିସନ୍ଦେ୭ରେ କୁହାଯାଇ ପାରେ ଯେ, ସେ ଜଣେ ଦକ୍ଷ ଲେଖିକା ବୋଲି ଡ. ପାଣ୍ଡ୍ୟା କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ