ନୂଆଦିଲ୍ଲୀ ୦୪/୦୯ : ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ସେପ୍ଟେମ୍ବର ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହି ମାସରେ ଅନେକ ଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି । ମାସର ପ୍ରଥମ ସପ୍ତାହରେ, ଦୁଇଟି ବଡ ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିବେ। ଯାହା ସମସ୍ତଙ୍କ ଉପରେ ଏକ ବଡ ପ୍ରଭାବ ପକାଇବ। ସେପ୍ଟେମ୍ବର ମାସ ଆରମ୍ଭରେ, ଏକାଥରେ ଦୁଇଟି ବଡ ଗ୍ରହ ରାଶି ପରିବର୍ତ୍ତନ କରିବେ । ସେପ୍ଟେମ୍ବର ୦୬ ରେ, ସୁଖ, ଧନ, ସୌନ୍ଦର୍ଯ୍ୟ ଏବଂ ବିଳାସପୂର୍ଣ୍ଣତା ପ୍ରଦାନ କରୁଥିବା ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରି ଅନ୍ୟ ରାଶିରେ ପ୍ରବେଶ କରିବେ । ଏହି ଦିନ ସାହସ ଏବଂ ପାରାକ୍ରମର କାରକ ଗ୍ରହ ମଙ୍ଗଳ ମଧ୍ୟ ନିଜର ରାଶି ପରିବର୍ତ୍ତନ କରିବେ । ଜ୍ୟୋତିଷ ଶାସ୍ତ୍ରରେ ଏହି ଦୁଇ ଗ୍ରହର ବିଶେଷ ମହତ୍ତ୍ୱ ରହିଛି। ଆସନ୍ତୁ ଜାଣିବା ଏହି ଦୁଇଟି ଗ୍ରହର ରାଶି ପରିବର୍ତ୍ତନ ଏବଂ ଏହା ଦ୍ୱାରା ରାଶି ଉପରେ ପଡୁଥିବା ପ୍ରଭାବ ବିଷୟରେ …
ଶୁକ୍ର ସେପ୍ଟେମ୍ବର ୬, ୨୦୨୧ ଦ୍ୱିପ୍ରହର ୧୨:୩୯ ରେ କନ୍ୟା ରାଶି ଛାଡି ତୁଳା ରାଶିରେ ପ୍ରବେଶ କରିବେ, ଏବଂ ଏଥିରେ ଅକ୍ଟୋବର ୦୨, ୨୦୨୧ ସକାଳ ୦୯:୩୫ ପର୍ଯ୍ୟନ୍ତ ରହିବେ । ଏହା ପରେ ଶୁକ୍ର ବିଛା ରାଶିରେ ପ୍ରବେଶ କରିବେ । ସେହିପରି ଶକ୍ତିଶାଳୀ ଗ୍ରହ ମଙ୍ଗଳ ସେପ୍ଟେମ୍ବର ୦୬, ୨୦୨୧ସକାଳ ୦୩:୨୧ ରେ କନ୍ୟା ରାଶିରେ ପ୍ରବେଶ କରିବେ। ସେ ଏହି ରାଶିରେ ଅକ୍ଟୋବର ୨୨ପର୍ଯ୍ୟନ୍ତ ରହିବେ। ଏହା ପରେ ମଙ୍ଗଳ ତୁଳା ରାଶିରେ ପ୍ରବେଶ କରିବେ ।
ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହର ମହତ୍ତ୍ୱ :
ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହ ପ୍ରେମ, ସୌନ୍ଦର୍ଯ୍ୟ, ବିବାହ, ବିଳାସପୂର୍ଣ୍ଣ ଜୀବନ, ସୁଖ, ସମୃଦ୍ଧତା ଏବଂ ମହିମାକୁ ପ୍ରତିପାଦିତ କରେ। ଯେଉଁମାନଙ୍କର କୁଣ୍ଡଳୀରେ ଶୁକ୍ର ଗ୍ରହ ମଜବୁତ ହୋଇଥାନ୍ତି, ସେମାନଙ୍କ ଜୀବନ ସୁଖ ଏବଂ ବୈଭବରେ ଅତିବାହିତ ହୋଇଥାଏ । ଶୁକ୍ର ଗ୍ରହ ଗ୍ରହ କୌଣସି ରାଶିରେ ୨୩ ରୁ ୪୦ ଦିନ ପର୍ଯ୍ୟନ୍ତ ରହିଥାନ୍ତି । ଶୁକ୍ରଙ୍କ ରାଶି ପରିବର୍ତ୍ତନ ହେତୁ ଲୋକଙ୍କ ବୈବାହିକ ତଥା ବିଳାସପୂର୍ଣ୍ଣ ଜୀବନରେ ବଡ଼ ପରିବର୍ତ୍ତନ ଦେଖାଯାଇଥାଏ। ଶୁକ୍ର ହେଉଛନ୍ତି ବୃଷ ଏବଂ ତୁଳା ରାଶିର ସ୍ୱାମୀ । କନ୍ୟା ଶୁକ୍ରଙ୍କ ନୀଚ ରାଶି ହୋଇଥିବା ବେଳେ ମୀନ ଉଚ୍ଚ ରାଶି । ଯେଉଁ ରାଶିରେ ଶୁକ୍ର ଦୁର୍ବଳ ହୋଇଥାନ୍ତି, ସେମାନଙ୍କର ଦାମ୍ପତ୍ୟ ଜୀବନ ଅଶାନ୍ତିରେ ପରିପୂର୍ଣ୍ଣ ହୋଇଥାଏ ।
ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହର ମହତ୍ତ୍ୱ :
ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ, ଶକ୍ତି, ପରାକ୍ରମ, ସାହସ ଏବଂ ଆତ୍ମବିଶ୍ୱାସର କାରକ ଭାବରେ ବିବେଚନା କରାଯାଏ। ମଙ୍ଗଳ ଗ୍ରହ ସ୍ୱଭାବରେ ଉଗ୍ର ହୋଇଥାନ୍ତି। ଏହି କାରଣରୁ ଯେଉଁ ରାଶିର କୁଣ୍ଡଳୀରେ ମଙ୍ଗଳଙ୍କ ପ୍ରଭାବ ରହିଥାଏ, ସେମାନଙ୍କର ସେମାନଙ୍କ ସ୍ୱଭାବ ଉଗ୍ର ହୋଇଥାଏ। ମେଷ ଏବଂ ବିଛା ରାଶିର ସ୍ୱାମୀ ମଙ୍ଗଳ ଗ୍ରହ। କର୍କଟ ନୀଚ ରାଶି ହୋଇଥିବାବେଳେ ମକର ଉଚ୍ଚ ରାଶି। ଯେତେବେଳେ ମଙ୍ଗଳ ଗ୍ରହର ରାଶିରେ ପରିବର୍ତ୍ତନ ହୋଇଥାଏ, ସେତେବେଳେ ଦେଶ ତଥା ବଶ୍ୱରେ ଜଳବାୟୁ ପରିବର୍ତ୍ତନ ଏବଂ ଅନେକ ଦେଶ ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ।
କେଉଁ ରାଶି ଉପରେ ରହିବ ଶୁଭ-ଅଶୁଭ ପ୍ରଭାବ :
ଶୁଭ ପ୍ରଭାବ :
ସେପ୍ଟେମ୍ବର ୦୬ ରେ ମଙ୍ଗଳ ଏବଂ ଶୁକ୍ରଙ୍କ ଏକକାଳୀନ ରାଶି ପରିବର୍ତ୍ତନ ହେତୁ ମେଷ, କର୍କଟ ଏବଂ ବିଛା ରାଶିର ବ୍ୟକ୍ତିଙ୍କ ଉପରେ ଶୁଭ ପ୍ରଭାବ ଦେଖିବାକୁ ମିଳିବ।
ଅଶୁଭ ପ୍ରଭାବ :
ସେପ୍ଟେମ୍ବର ୦୬ ରେ ମଙ୍ଗଳ ଏବଂ ଶୁକ୍ରଙ୍କ ଏକକାଳୀନ ରାଶି ପରିବର୍ତ୍ତନ ହେତୁ ବୃଷ, ସିଂହ, ତୁଳା ଏବଂ ମୀନ ରାଶି ଉପରେ ଖରାପ ପ୍ରଭାବ ପକାଇବ, ବାକି ରାଶି ଉପରେ ଏହାର ମିଶ୍ରିତ ପ୍ରଭାବ ପଡ଼ିବ।