ମନୋରଞ୍ଜନ

ପଞ୍ଚତତ୍ତ୍ୱରେ ବିଲୀନ ହେଲେ ସିଦ୍ଧାର୍ଥ ଶୁକ୍ଲା: ଛଳଛଳ ଆଖିରେ ପୁଅକୁ ମୁଖାଗ୍ନି ଦେଲେ ମା’

ମୁମ୍ବାଇ ୦୩/୦୯ : ଆଉ ନାହାନ୍ତି ସମସ୍ତଙ୍କ ପ୍ରିୟ କଳାକାର ସିଦ୍ଧାର୍ଥ ଶୁକ୍ଲା। ସିଦ୍ଧାର୍ଥଙ୍କ ପାର୍ଥିବ ଶରୀର ପଞ୍ଚତତ୍ତ୍ୱରେ ବିଲୀନ ହୋଇଛି। ସେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କରିଦେଇଛନ୍ତି। ଗୁରୁବାର ଦିନ ହୃଦଘାତରେ ଅଭିନେତାଙ୍କ ଦେହାନ୍ତ ହୋଇଛି। ଶୁକ୍ରବାର ଦିନ ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ଓଶିବାରା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବ୍ରହ୍ମକୁମାରୀ ରୀତିନୀତି ଅନୁଯାୟୀ ପ୍ରଥମେ ପୂଜାପାଠ କରାଯାଇ ଅନ୍ତିମ ସଂସ୍କାର କରାଯାଇଛି। ଛଳଛଳ ଆଖିରେ ମା’ ପୁଅକୁ ମୁଖାଗ୍ନି ଦେଇଛନ୍ତି। ପୁଅକୁ ମୁଖାଗ୍ନି ଦେବା ବେଳେ ମା’ଙ୍କ ହାତ ଥରିଯାଇଥିଲା।

ଅନ୍ତିମ ସଂସ୍କାରରେ ସିଦ୍ଧାର୍ଥଙ୍କ ପରିବାର ସଦସ୍ୟଙ୍କ ଛଡା ତାଙ୍କର କିଛି ନିକଟ ବନ୍ଧୁ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ। କିନ୍ତୁ ଜଣକୁ ଦେଖି ସମସ୍ତେ ଭାବବିହ୍ୱଳ ହୋଇଯାଇଥିଲେ, ସେ ହେଲେ ଶେହନାଜ ଗିଲ। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ଶେହନାଜଙ୍କ ଅବସ୍ଥା ଭଲ ନାହିଁ। ମୃତ୍ୟୁ ପରେ ତାଙ୍କୁ ଶ୍ମଶାନ ଘାଟରେ ନଜର ଆସିଥିଲେ। ସେ ଏବେ ବି ବିଶ୍ୱାସ କରିପାରୁ ନାହାନ୍ତି ଯେ ସିଦ୍ଧାର୍ଥ ଆଉ ନାହାନ୍ତି। ସିଦ୍ଧାର୍ଥ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

ସିଦ୍ଧାର୍ଥଙ୍କ ମା’ ଜଣେ ଦୃଢ ମହିଳା। ସ୍ୱାମୀଙ୍କୁ ହରାଇବା ପରେ ସିଦ୍ଧାର୍ଥ ଓ ଦୁଇ ଝିଅଙ୍କୁ ସେ ଏକା ପାଳିପୋସି ବଡ କରିଥିଲେ। ପିଲାଙ୍କୁ ପାଠ ପଢ଼ି ଭଲ ମଣିଷ କଲେ। କିନ୍ତୁ ଆଖି ସାମ୍ନାରେ ମା’ ବଂଚି ଥାଉ ଥାଉ ପୁଅ ବି ଆରପାରିକୁ ଚାଲିଗଲା। ଜଣେ ଯେତେ ଦୃଢ ହେଲେ ବି କେମିତି ଭଲା ନିଜକୁ ସମ୍ଭାଳିବ। ପୁଅ ଚାଲିଗଲା ପରେ ସେ ଏକା ହୋଇଯାଇଛନ୍ତି। ମା’ ସାମ୍ନାରେ ପୁଅ ଚାଲିଯିବା, ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ଭଗବାନଙ୍କ ବିଚାର ଆଗରେ କାହାର କିଛି ନିୟନ୍ତ୍ରଣ ନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ