ମନୋରଞ୍ଜନ

ଏତିକି ଟଙ୍କାରେ ନିଲାମ ହେଲା ସଲମାନଙ୍କ ଟାୱେଲ

ମୁମ୍ବାଇ: ଫ୍ୟାନ୍ସ ମାନେ ନିଜ ପ୍ରିୟ କଳାକାରଙ୍କ ଜିନିଷ ବ୍ୟବହାର କରିବା ଲାଗି ଇଚ୍ଛା ପ୍ରକାଶ କରିଥାନ୍ତି । ସେଥିପାଇଁ ସେମାନେ ଯେକୌଣସି ମୂଲ୍ୟ ଦେବାକୁ ମଧ୍ୟ ପ୍ରସ୍ତୁତ ଥାଆନ୍ତି । ତେବେ ସଲମାନ ଖାନଙ୍କ ଲୋକପ୍ରିୟ ‘ଜିନେ କେ ହୈ ଚାର୍ ଦିନ୍’ ଗୀତରେ ବ୍ୟବହାର କରିଥିବା ଟାୱେଲ ନିଲାମ ହୋଇଛି । କେହି ଜଣେ ପ୍ରଶଂସକ ତାକୁ ୧.୪୨ ଲକ୍ଷରେ କିଣିଥିବା ଜଣାପଡ଼ିଛି। ଏଥିରୁ ମିଳିଥିବା ଅର୍ଥ ଚାରିଟିକୁ ପ୍ରଦାନ କରାଯିବା ବୋଲି କୁହାଯାଇଛି।

ଫିଲ୍ମ ‘ମୁଝ୍‌ସେ ଶାଦି କରୋଗୀ’ର ସଲମାନ ଖାନଙ୍କ ଏହି ଗୀତ ଏବେ ବି ଲୋକପ୍ରିୟ ଟ୍ରାକ୍‌ ହୋଇରହିଛି। ଏହି ଗୀତରେ ସେ ଏକ ଟାୱେଲ ସହିତ କିଛି ଷ୍ଟେପ୍‌ କରିଥିବା ଦୃଶ୍ୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହା ଗୀତର ହୁକ୍‌ ‌ଷ୍ଟେପ୍‌ ଥିଲା। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏହି ଗୀତରେ ସେ ବ୍ୟବହାର କରିଥିବା ଟାୱେଲକୁ ଏକ ଚାରିଟେବଲ୍‌ ଦାନ ପାଇଁ ନିଲାମ କରାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ