ମନୋରଞ୍ଜନ

ଆଇସିୟୁରେ ସାୟରା ବାନୁ

ହିନ୍ଦୀ ଚଳଚ୍ଚିତ୍ରର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ସାୟରା ବାନୁଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେଇଯାଇଛି। ତିନିଦିନ ହେବ ସେ ମୁମ୍ବାଇର ହିନ୍ଦୁଜା ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କ ସ୍ବାସ୍ଥାବସ୍ଥାରେ ଏଭଳି ଅବନିତି ଦେଖାଦେଇଛି ଯେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ୭୭ ବର୍ଷୀୟା ସାୟରାଙ୍କ ଶ୍ବାସକ୍ରିୟା ମଧ୍ୟ ସ୍ବାଭାବିକ ଅବସ୍ଥାରେ ନାହିଁ। ଡାକ୍ତରଙ୍କ କହିବା ଅନୁସାରେ ସଫଳ ଚିକିତ୍ସା ଯୋଗୁଁ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଏହି ଖବର ପାଇବା ପରେ ଚଳଚ୍ଚିତ୍ର ଜଗତର କଳାକାର, ଟେକନିସିଆନ୍ ଏବଂ ସାୟରା ପ୍ରେମୀ ଦର୍ଶକ ଦୁଃଖପ୍ରକାଶ କରିଛନ୍ତି। ଯଥାଶୀଘ୍ର ସେ ଆରୋଗ୍ୟ ହୁଅନ୍ତୁ ବୋଲି ଅନେକ କାମନା କରିଛନ୍ତି। ୧୯୬୧ ମସିହାରେ ସାୟରାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ଜଙ୍ଗଲି’ ପ୍ରେକ୍ଷାଳୟକୁ ଆସିଥିଲା। ଏହାପରେ ସେ ପଡୋଶନ୍, ପୂରବ ଓୗର ପଶ୍ଚିମ, ଶାଦି, ଜୁଆର ଭଟ୍ଟା, ଝୁକ୍ ଗୟା ଅସମାନ୍, ବୈରାଗ, ହେରା ଫେରି, ଗୋପୀ, ଆଇ ମିଲନ କୀ ବେଲା ପରି ସଫଳ ସିନେମାର ନାୟିକା ସାଜିଥିଲେ। ଚଳିତ ବର୍ଷ ଜୁଲାଇ ମାସ ୭ ତାରିଖରେ ସାୟରା ବାନୁଙ୍କ ସ୍ବାମୀ ଦିଲୀପ କୁମାରଙ୍କର ଦେହାନ୍ତ ହେଇଥିଲା। ୧୯୬୬ରେ ଦିଲୀପ କୁମାର ତାଙ୍କଠାରୁ ୨୨ ବର୍ଷ ସାନ ଅଭିନେତ୍ରୀ ସାୟରା ବାନୁଙ୍କୁ ବିବାହ କରିଥିଲେ। ଦିଲୀପ ଏବଂ ସାୟରାଙ୍କ ବିବାହକୁ ବଲିଉଡ୍‌ର ଅନ୍ୟତମ ସ୍ଥାୟୀ ଓ ଦୀର୍ଘ ବୈବାହିକ ସମ୍ପର୍କ ବୋଲି ବିବେଚନା କରାଯାଏ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ