ଦେଶ ବିଦେଶ ସ୍ୱାସ୍ଥ୍ୟ

ହଳାହଳ ବିଷ ହେବ କରୋନା ପାଇଁ ମୃତ୍ୟୁ ସଞ୍ଜିବନୀ

ନୂଆଦିଲ୍ଲୀ: ହଳାହଳ ବିଷ ହେବ କରୋନା ପାଇଁ ସଞ୍ଜିବନୀ । ଶୁଣିବାକୁ ଅଜବ ଓ ଅବାସ୍ତବ ଲାଗୁଥିଲେ ହେଁ ଏହା ସତ । କରୋନା ପାଇଁ ବ୍ୟବହୃତ ହେଉଥିବା ଟିକା ଶତ ପ୍ରତିଶତ ସଫଳ ହୋଇନଥିବା ବେଳେ ପ୍ରଥମ ଥର ପାଇଁ କରୋନା ଭୂତାଣୁକୁ ରୋକିବାର ଏକ ଉପାୟ ସାମ୍ନାକୁ ଆସିଛି । ବ୍ରାଜିଲର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଏକ ପରୀକ୍ଷଣରୁ ଜଣାପଡିଛି କି ଦୁନିଆର ସବୁଠାରୁ ବିଷାକ୍ତ ସାପର ବିଷକୁ କରୋନା ମୁକାବିଲାରେ ସଫଳତାର ସହିତ ବ୍ୟବହାର କରିହେବ ।

ବିଜ୍ଞାନ ପତ୍ରିକା ମଲେକ୍ୟୁଲ୍ସ ପକ୍ଷରୁ ପ୍ରକାଶିତ ରିସର୍ଚ୍ଚ ଅନୁଯାୟୀ, ପିଟ ଭାଇପର ନାମକ ବିଷାକ୍ତ ସାପର ଶରୀରରେ ମିଳୁଥିବା ଏକ ପ୍ରକାର ଅଣୁର ବ୍ୟବହାରରେ କରୋନାକୁ ରୋକା ଯାଇ ପାରିବ । କରୋନା ଭାଇରସର ଜେନେଟିକ୍ ଅସ୍ଥିରତା କାରଣରୁ କୌଣସି ଟିକା ଏହା ଉପରେ ଶତ ପ୍ରତିଶତ ସଫଳତା ହାସଲ କରି ପାରିନାହିଁ । ତେବେ ପିଟ୍ ଭାଇପର ଶରୀରରୁ ମିଳୁଥିବା ଏହି ଅଣୁ କରୋନା ଭାଇରସର ବଂଶବୃଦ୍ଧିକୁ ଥରକରେ ବନ୍ଦ କରି ଦେଇଥାଏ । ଏହି ଅଣୁଟି କରୋନା ଭାଇରସକୁ ଶତ ପ୍ରତିଶତ ପ୍ରତିହତ କରିବାରେ ସକ୍ଷମ ବୋଲି ଜଣାପଡିଛି । ମାଙ୍କଡ ଉପରେ ପରୀକ୍ଷଣ ସଫଳ ହୋଇଛି ।

କଣ କହୁଛନ୍ତି ବୈଜ୍ଞାନିକ: ସାଉ ପାଉଲୋ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଏବଂ ଏହି ରିସର୍ଚ୍ଚର ଲେଖକ ରାଫେଲ ଗୁଡ୍ଡୋଙ୍କ କହିବା ଅନୁଯାୟୀ ଏହି ବିଷ ଅଣୁ ବା କୋଷିକାରେ ପିଏଲ ପ୍ରୋ ନାମକ ଆମିନୋ ଏସିଡ୍ ରହିଛି ଯାହା କରୋନା ଭୂତାଣୁକୁ ରୋକିବାରେ ସଫଳ ହୋଇଛି । ଏହି କୋଷିକାଟି କରୋନା ଭାଇରସ ସହିତ ମିଶିବା ପରେ କରୋନା ଏହାର ପ୍ରତିକୃତି ତିଆରି କରିବାରେ ବିଫଳ ହୋଇଥାଏ । ତେବେ ଏହା କରୋନାର ଔଷଧ ନୁହେଁ ବୋଲି ବେଜ୍ଞାନିକ ମାନେ ସ୍ପଷ୍ଟ କରିଛନ୍ତି । ଏମିତି ଖବର ଦ୍ୱାରା ବ୍ରାଜିଲରେ ପିଟ ଭାଇପର ଶିକାର ବଢିଯିବ ବୋଲି ବୈଜ୍ଞାନିକ ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ୬ ଫୁଟ ଲମ୍ବର ଏହି ସାପଟିକୁ ବିଶ୍ୱର ଅନ୍ୟତମ ଭୟଙ୍କର ସାପ ଭାବରେ ବିବେଚନା କରାଯଏ । ମାନବ ଶରୀରକୁ ଏହି ଅଣୁ କିଭଳି ପ୍ରଭାବିତ କରୁଛି ପ୍ରଥମେ ଏହାକୁ ପରୀକ୍ଷଣ କରାଯିବା ପରେ ଏହାର ମାନବ ପରୀକ୍ଷଣ ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି ଗୁଡ୍ଡୋ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ