ମନୋରଞ୍ଜନ

ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ, ବିଗ୍‌ ବସ୍‌-୧୩ର ଥିଲେ ବିଜେତା

ମୁମ୍ବାଇ ୦୨/୦୯ : ଆରପାରିରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା । ହୃଦଘାତରେ ସିଦ୍ଧାର୍ଥଙ୍କ ପରଲୋକ ହୋଇଯାଇଛି । ୪୦ ବର୍ଷ ବୟସରେ ମୁମ୍ବାଇର କୁପୁର ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ପୁରା ବଲିଉଡ଼ରେ ଶୋକର ଛାୟା ଖେଳିଯାଇଛି । ସିଦ୍ଧାର୍ଥ ବିଗ୍‌ ବସ୍‌-୧୩ର ବିଜେତା ଥିଲେ । ଏହା ସହିତ ଅନେକ ହିନ୍ଦୀ ଫିଲ୍ମ ଓ ସିରିଏଲରେ ଅଭିନୟ କରିଛନ୍ତି ସିଦ୍ଧାର୍ଥ ।

ଖବର ଅନୁଯାୟୀ, ଅଭିନେତା ସିଦ୍ଧାର୍ଥ ଶୁକ୍ଲା ରାତିରେ ଶୋଇବା ସମୟରେ କିଛି ଔଷଧ ଖାଇଥିଲେ । ଯାହାପରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ମୁମ୍ବାଇ ସ୍ଥିତ କୁପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୦ବର୍ଷ ବୟସ ହୋଇଥିଲା ।

ମୁମ୍ବାଇରେ ୧୨ ଡିସେମ୍ବର ୧୯୮୦ରେ ସିଦ୍ଧାର୍ଥ ଶୁକ୍ଲା ଜନ୍ମଗ୍ରହଣ କରିଥିଲେ । ମଡେଲ ଭାବରେ ନିଜ କ୍ୟାରୟର ଆରମ୍ଭ କରିଥିଲେ । ୨୦୦୪ରେ ଟିଭି ସିରିଏଲରୁ ଫିଲ୍ମରେ ଡେବ୍ୟୁ କରିଥିଲେ । ୨୦୦୮ରେ ବାବୁଲକି ଆଙ୍ଗନ ଏକ ଟିଭି ସିରିଏଲରେ ନଜର ଆସିଥିଲେ । ଯାହା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲେ । କିନ୍ତୁ ସିରିଏଲ ବାଳିକା ବଧୂ ତାଙ୍କୁ ଖୁବ୍‌ ପରିଚୟ ଦେଇଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ