ଧର୍ମ

ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ପୂଜା ପାଇଥାଏ ରାକ୍ଷସୀ ପୁତନା, ଜାଣନ୍ତୁ କାରଣ…

ପଶ୍ଚିମବଙ୍ଗ ୩୧/୦୮ : ଜନ୍ମାଷ୍ଟମୀର ପବିତ୍ର ପର୍ବ ସାରା ଦେଶରେ ପାଳନ କରାଯାଏ । ଏହି ସମୟରେ ଭଗବାନ କୃଷ୍ଣଙ୍କର ବାଲ ରୂପ ପୂଜା କରାଯାଇଥାଏ। ସମଗ୍ର ଦେଶରେ କୃଷ୍ଣ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ । କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଗତ ୧୦୦ ବର୍ଷ ଧରି ରାଧା-କୃଷ୍ଣଙ୍କ ସହିତ ରାକ୍ଷସୀ ପୁତନାକୁ ମଧ୍ୟ ପୂଜା କରାଯାଇଥାଏ। ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ …

ଏହି ପବିତ୍ର ମନ୍ଦିର ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାର ଚନ୍ଦନନଗର ସହରର ନେଚୁପଟ୍ଟି ଅଞ୍ଚଳର ରାଧା ଗୋବିନ୍ଦବାଡିରେ ସ୍ଥାପିତ । ଏହି ମନ୍ଦିରର ନାମ ରାଧା ଗୋବିନ୍ଦ ମନ୍ଦିର । ଏହାକୁ ରାକ୍ଷସୀ ବାଡି ମଧ୍ୟ କୁହାଯାଏ। ଏହି ମନ୍ଦିର ଚନ୍ଦନନଗରର ନେଚୁପଟ୍ଟୀ ଅଞ୍ଚଳରେ ରହୁଥିବା ଅଧିକାରୀଙ୍କ ଘରେ ସ୍ଥାପିତ ହୋଇଛି। ଗତ ଚାରି ପିଢି ଧରି ଏହି ପରିବାର ପାରମ୍ପାରିକ ଭାବରେ ରୀତିନୀତି କରିଆସୁଛନ୍ତି । ଏହି ମନ୍ଦିରରେ ରାଧା-କୃଷ୍ଣଙ୍କ ସହିତ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳରାମ ଏବଂ ସୁଭଦ୍ରାଙ୍କ ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି। ଏଥି ସହିତ ମନ୍ଦିରରେ ବାଲ କୃଷ୍ଣଙ୍କୁ କୋଳରେ ଧରିଥିବା ରାକ୍ଷସୀ ପୁତନାର ଏକ ପ୍ରତିମା ଅଛି।
ଏହି ପରିବାରର ବୃଦ୍ଧ ମହିଳା କୁହନ୍ତି, ସେ ତାଙ୍କ ଶାଶୁଙ୍କଠାରୁ ଶୁଣିଥିଲେ ଯେ ତାଙ୍କ ଶ୍ୱଶୁରଙ୍କ ସ୍ୱପ୍ନରେ ରାକ୍ଷସୀ ପୁତନା ଆସି ତାଙ୍କୁ ଏକ ମନ୍ଦିର ନିର୍ମାଣ କରି ପୂଜା କରିବାକୁ କହିଥିଲା । ତା’ପରେ ତାଙ୍କ ଶ୍ୱଶୁରଙ୍କ ବାପା ତାଙ୍କର ଏହି ଘରେ ରାଧା ଗୋବିନ୍ଦଙ୍କ ମନ୍ଦିର ନିର୍ମାଣ କରିଥିଲେ। ଏହା ସହିତ ରାକ୍ଷସୀ ପୁତନାର ମୂର୍ତ୍ତି ମଧ୍ୟ ସ୍ଥାପନ କରିଥିଲେ । ସେହି ଦିନଠାରୁ ତାଙ୍କ ପରିବାର ପ୍ରତିଦିନ ତିନି ପ୍ରହର ଦେବତାମାନଙ୍କ ସହିତ ରାକ୍ଷସୀ ପୁତନାକୁ ମଧ୍ୟ ପୂଜା କରି ଆସୁଛନ୍ତି। ଜନମାଷ୍ଟମୀ ଦିନ ଏଠାରେ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଥାଏ । ଦୂର ଦୂରାନ୍ତରୁ ଲୋକମାନେ ମନ୍ଦିର ପରିଦର୍ଶନ କରିବାକୁ ଆସିଥାନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ