ମନୋରଞ୍ଜନ

୯୦ ଦଶକ ଗୀତକୁ ମନେପକାଇଲେ ମାଧୁରୀ ଦୀକ୍ଷିତ୍ : ‘ଏକ -ଦୋ–ତିନ୍’ ଗୀତରେ ଲଗାଇଲେ ଠୁମକା

ମୁମ୍ବାଇ ୨୯/୦୮ : କଲର୍ସ ଟିଭିର ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ଡିୱାନ-୩’ । ତେବେ ପ୍ରସାରିତ ହୋଇଥିବା ଏପିସୋଡ୍ ୯୦ଦଶକ ପାଇଁ ଉତ୍ସର୍ଗୀକୃତ ହୋଇଥିଲା । ଏହି ଶୋ’ରେ ଅତିଥି ଭାବରେ ଅଲକା ୟାଗନିକ୍ ଏବଂ କୁମାର ସାନୁ ଆସିଥିଲେ । ଉଭୟ ଏକରୁ ଅଧିକ ହିଟ୍ ଗୀତ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସେ ଶୋ’ରେ ନିଜ ସ୍ୱରରେ ଗୀତ ଗାଇ ଏହାକୁ ଏକ ଭିନ୍ନ ରଙ୍ଗରେ ଭରି ଦେଇଥିଲେ। ମାଧୁରୀ ଦୀକ୍ଷିତ, ଧର୍ମେଶ ୟେଲାଣ୍ଡେ ଏବଂ ତୁଷାର କାଲିଆ ‘ଡ୍ୟାନ୍ସ ଦେୱାନ ୩’ ଜଜ୍ ଭାବେ ଅଛନ୍ତି । ବଲିଉଡରେ ମାଧୁରୀ ଏବଂ ଅଲକା ୟାଗନିଙ୍କର ଏକ ବିଶେଷ କନେକଶନ୍ ରହିଛି । ଫିଲ୍ମ ‘ତେଜାବ’ ସହିତ ଉଭୟ ବହୁ ଲୋକପ୍ରିୟତା ହାସଲ କରିଥିଲେ।

ଏହି ଫିଲ୍ମରେ ମୋହିନୀ ହୋଇଥିବା ମାଧୁରୀ ତାଙ୍କ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ଲୁଟି ନେଇଥିଲେ। ଏହି ଫିଲ୍ମରେ ‘ଏକ ଦୋ ତିନର’ ଗୀତକୁ ଅଲକା ୟାଗନିକ୍ ଗାଇଥିଲେ। କଲର୍ସ ଟିଭି ଏକ ଭିଡିଓ ସେୟାର କରିଛି ଯେଉଁଥିରେ ଅଲକା ୟାଗ୍ନିକ୍ ଏକ ଗୀତ ଗାଇଥିବାର ଦେଖାଯାଉଥିବାବେଳେ ମାଧୁରୀ ଦୀକ୍ଷିତ ତାଳ ତାଳ ପକାଇ ନାଚୁଛନ୍ତି । ଏହି ସମୟରେ ସେ ଏକ ସୁନ୍ଦର ନୀଳ ରଙ୍ଗର ପୋଷାକ ପିନ୍ଧିଥିଲେ। ଏହା ବ୍ୟତୀତ ମାଧୁରୀ ସୋସିଆଲ ମିଡିଆରେ ମଧ୍ୟ କୁବ୍ ଆକ୍ଟିଭ୍ ରୁହନ୍ତି । ସେଟ୍ ରୁ ଥାଇ ଖୁବ୍ ଫଟୋ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।

ନିକଟରେ ଖବର ଆସିଥିଲା ​​ଯେ ଫିଲ୍ମ ‘ଦେବଦାସ’ ପରେ ମଧୁରୀ ଦୀକ୍ଷିତ ପୁଣି ଥରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ପ୍ରୋଜେକ୍ଟରେ କାମ କରିପାରିବେ। ସୂଚନା ଅନୁଯାୟୀ, ଭନସାଲୀ ମଧ୍ୟ ୱେବ୍ ସିରିଜ୍ ‘ହୀରା ମାଣ୍ଡି’ରେ ମାଧୁରୀଙ୍କ ନୃତ୍ୟର ଯାଦୁ ଦେଖାଇବାକୁ ଚାହୁଁଛନ୍ତି। ଏହା ଭନସାଲୀଙ୍କ ଡ୍ରିମ୍ ପ୍ରୋଜେକ୍ଟ, ଯେଉଁଥିରେ ସୋନାକ୍ଷୀ ସିହ୍ନା ଏବଂ ହୁମା କ୍ୟୁରେଶିଙ୍କ ନାମ ସାମିଲ୍ ହୋଇସାରିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ