ଖେଳ

ହିଟଲରଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ମେଜର ଧ୍ୟାନଚାନ୍ଦ: କହିଥିଲେ ମୁଁ ଭାରତର ଲୁଣ ଖାଇଛି, ମୁଁ କେବଳ ମୋ ଦେଶ ପାଇଁ ଖେଳିବି

ନୂଆଦିଲ୍ଲୀ୨୯/୦୮: ଆଜି ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପୁଣ୍ୟତିଥୀ । ୧୯୦୫ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଧ୍ୟାନଚାନ୍ଦ । ତାଙ୍କ ଜନ୍ମତିଥୀକୁ ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି । ଧ୍ୟାନଚାନ୍ଦଙ୍କ ଆବିର୍ଭାବ ହିଁ ଭାରତୀୟ ହକିକୁ ନୂଆ ରୂପ ଦେଇଥିଲା । ତାଙ୍କ ଯାଦୁକରୀ ଖେଳରେ ଭାରତ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଥିଲା ।

ଦେଶ ସ୍ୱାଧୀନ ହେବା ପରେ ଅର୍ଥାତ ୧୯୪୮ ଅଲିମ୍ପିକ୍ସ ଦଳରେ ଧ୍ୟାନଚାନ୍ଦ ସାମିଲ ହୋଇ ନଥିଲେ । ଫଳରେ ସେ ଅଲିମ୍ପିକ୍ସରେ ତ୍ରିରଙ୍ଗା ଉଡ଼ାଇବାର ସୌଭାଗ୍ୟ ହାସଲ କରି ପାରି ନଥିଲେ । ୧୯୦୫ ଅଗଷ୍ଟ ୨୯ ତାରିଖରେ ଧ୍ୟାନଚାନ୍ଦଙ୍କ ଜନ୍ମ ହୋଇଥିଲା । ସେ ୧୯୭୯ ଡିସେମ୍ବର ୩ ତାରିଖରେ ପରଲୋକ ଗମନ କରିଥିଲେ । କ୍ୟାରିୟରରେ ସେ ୧୮୫ଟି ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିଥିଲେ । ସେଥିରୁ ସେ ୫୭୦ଟି ଗୋଲ୍‌ ସ୍କୋର କରିଥିଲେ।

୧୯୨୮ରୁ ୧୯୩୬ ପର୍ଯ୍ୟନ୍ତ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରି ଦଳକୁ ସ୍ୱର୍ଣ୍ଣ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଧ୍ୟାନଚାନ୍ଦଙ୍କ ଖେଳରେ ସେତେବେଳେ ଜର୍ମାନୀର ଆଡୋଲ୍ଫ ହିଟ୍‌ଲର ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ଜର୍ମାନୀ ନାଗରିକତ୍ୱ ଓ ଆର୍ମିରେ କର୍ଣ୍ଣେଲ ପଦରେ ନିଯୁକ୍ତ ଦେବେ ବୋଲି ପ୍ରସ୍ତାବ ଦେଇଥିଲେ । ମାତ୍ର ହିଟ୍‌ଲରଙ୍କ ଏହି ପ୍ରସ୍ତାବକୁ ଧ୍ୟାନଚାନ୍ଦ ଗ୍ରହଣ କରି ନଥିଲେ ।


ସ୍ୱାଧୀନତା ପରେ ସେ ଆଉ ଅଧିକ ଦିନ ଖେଳି ନଥିଲେ କିମ୍ବା ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରି ପାରି ନଥିଲେ, ମାତ୍ର ତାଙ୍କ ଖେଳ ତାଙ୍କୁ ଭାରତର ହକି ଯାଦୁକରର ଆଖ୍ୟା ଦେଇଥିଲା । ଏହି ଦିନରେ ପ୍ରତିବର୍ଷ କ୍ରୀଡ଼ା ଜଗତରେ ଉନ୍ନତ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଖେଳରତ୍ନ ବ୍ୟତୀତ ଅର୍ଜୁନ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଥାଏ । ସେହିପରି ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନର ବି ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ।

ଭାରତୀୟ ହକିଟିମ ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଭଲ ପ୍ରଦର୍ଶନ କରିବା ପରେ କେନ୍ଦ୍ର ସରକାର ଏହି ମହାନ ଖେଳାଳିଙ୍କ ନାମରେ ପୁରସ୍କାର ନାମିତ କରିଛନ୍ତି । ଧ୍ୟାନଚାନ୍ଦ କ୍ରୀଡା ଜଗତ ପାଇଁ ଯାହା କରିଛନ୍ତି ତାହା ଦେଶପାିଁ ଅତୁଳନୀୟ । ତାଙ୍କ ଅଭିଜ୍ଞତାର ଯାତ୍ରା ଭାରତୀୟ କ୍ରୀଡ଼ା ଇତିହାସକୁ ଗର୍ବ ଓ ଗୌରବ କରିଥାଏ । ଲଗାତାର ତିନି ଥର ଅଲିମ୍ପିକ୍ସ (୧୯୨୮ ଆମଷ୍ଟାରଡାମ୍, ୧୯୩୨ ଲସଏଞ୍ଜେଲେସ ଓ ୧୯୩୬ ବର୍ଲିନ) ରେ ଭାରତକୁ ହକିର ସ୍ୱର୍ଣ୍ଣପଦକ ଦେବାରେ ଧ୍ୟାନଚାନ୍ଦଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଧାନ ଚାନ୍ଦଙ୍କ ପିତା ସମେଶ୍ୱର ସିଂ ଜଣେ ଭଲ ହକି ଖେଳାଳି ଥିଲେ। ସେ ବ୍ରିଟିଶ ଭାରତୀୟ ସେନାରେ ଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ