ମନୋରଞ୍ଜନ

୨୬ ହଜାର ଟଙ୍କାର ମାସ୍କ ପିନ୍ଧି ନଜର ଆସିଲେ ନୋରା ଫତେହୀ, ଜାଣନ୍ତୁ ପର୍ସର ଦାମ୍…

ମୁମ୍ବାଇ ୨୮/୦୮ : ବଲିଉଡ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ନୋରା ଫତେହି ନିଜର ହଟେଷ୍ଟ ଫିଗର୍ ପାଇଁ ଜଣାଶୁଣା । ସେ ନିଜର ଜବରଦସ୍ତ ଡ୍ୟାନ୍ସ ମୁଭ୍ସ ଏବଂ ଷ୍ଟାଇଲ୍ ରେ ଲୋକଙ୍କୁ ତାଙ୍କର ଦିୱାନା କରିଛନ୍ତି । ନୋରା ଯେଉଁଠାରେ ବି ନଜର ଆସନ୍ତି, ପ୍ରଶଂସକ ତାଙ୍କର ଗୋଟିଏ ଝଲକ ପାଇବାକୁ ଏକାଠି ହୋଇଯାଆନ୍ତି । ଫ୍ୟାଶନ୍ ଷ୍ଟେଟମେଣ୍ଟ ସେଟ୍ କରିବା ବ୍ୟତୀତ ନୋରା ବିଳାସପୂର୍ଣ୍ଣ ଜିନିଷକୁ ମଧ୍ୟ ଭଲ ପାଆନ୍ତି । ଯେଉଁଥିପାଇଁ ସେ ପ୍ରାୟତଃ ସ୍ପଟ୍ ଲାଇଟ୍‌ରେ ରହିଥାନ୍ତି । ନିକଟରେ ନୋରା ଏକ ମହଙ୍ଗା ହଳଦିଆ ପର୍ସ ସହିତ ନଜର ଆସିଛନ୍ତି ଯାହାର ମୂଲ୍ୟ ଆପଣଙ୍କ ହୋସ୍ ଉଡାଇଦେବ ।

ଏହି ପର୍ସ ଦେଖିବାକୁ ଯେତିକି ଷ୍ଟାଇଲିସ୍, ସେତେ ଅଧିକ ମୂଲ୍ୟ । ଯେତେବେଳେ ନୋରା କାନାଡାରୁ ଫେରୁଥିଲେ, ଏହି ପର୍ସ ସହିତ ତାଙ୍କୁ ଦେଖିବାକୁ ମିଳିଥିଲା ​​। ନୋରା ଏହି ପର୍ସକୁ ସେ ଏକ କଳା ଡ୍ରେସ୍ ସହିତ କ୍ୟାରି କରିଥିଲେ ।

ବିମାନ ବନ୍ଦରରେ ସେ ସ୍କିନ୍ ଫିଟ୍ ଲାଟେକ୍ସ ପ୍ୟାଣ୍ଟ ଏବଂ ଏକ କଳା ଟପ୍ ପିନ୍ଧିବା ସହିତ ହଳଦିଆ ପର୍ସ ଧରିଥିଲେ । ସେ ତାଙ୍କର ଏହି ଲୁକ୍‌କୁ ଆଙ୍କେଲ୍ ଲେନ୍‌ଥ ଲେଦର୍ ଜୋତା ସହିତ କମ୍ପ୍ଲିଟ୍ କରିଥିଲେ, ଯେଉଁଥିରେ ସେ ବହୁତ ହଟ୍ ଦେଖାଯାଉଥିଲେ । ନୋରାଙ୍କ ଏହି ପର୍ସ ବିଷୟରେ କହିବାକୁ ଗଲେ, ଏହା ଲେଦର୍‌ ଅଟେ । ଏହି ହଳଦିଆ ଲେଦର୍ ବ୍ୟାଗ ଫେଣ୍ଡିରୁ ଆସିଛି । ଫେଣ୍ଡି ୱେବସାଇଟ୍ ଅନୁଯାୟୀ ବ୍ୟାଗର ମୂଲ୍ୟ ୩,୯୮୦ ଡଲାର ବା ୨.୯ ଲକ୍ଷ ଟଙ୍କା ।

ଏହା ବ୍ୟତୀତ ନୋରା ମଧ୍ୟ ମହାମାରୀ ହେତୁ ଏକ କଳା ରଙ୍ଗର ମାସ୍କ ପିନ୍ଧିଥିଲେ, ଯାହା ଏକ ମହଙ୍ଗା ମାସ୍କ । ଲୁଇ ଭ୍ୟୁଟନ୍ ମୋନୋଗ୍ରାମ୍ ର ଏହି ମାସ୍କର ମୂଲ୍ୟ ପ୍ରାୟ ୨୬,୦୦୦ ଟଙ୍କା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ