କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆରମ୍ଭରୁ ଅଘଟଣ: ସୌନ୍ଦର୍ଯ୍ୟକରଣ କାମ ବେଳେ ଭାଙ୍ଗିଲା ଯୁଦ୍ଧଘୋଡା ସଂଲଗ୍ନ ନର୍ତ୍ତକୀ ମୂର୍ତ୍ତି

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଓ ଯୁଦ୍ଧ ମୂର୍ତ୍ତିର ସୌନ୍ଦର୍ୟ୍ୟକରଣ କାମ ଆରମ୍ଭ ହୋଇଛି । ହେଲେ କାମ ଆରମ୍ଭ ନ ହେଉଣୁ ଅଘଟଣ ହୋଇଥିବା ଦେଖିବାକୁ ମିଳିଛି । ମୂର୍ତ୍ତି ସ୍ଥାନାନ୍ତର ବେଳେ ଗୋଟିଏ ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଘୋଡା ସ୍ଥାନାନ୍ତର ହେବନାହିଁ ବୋଲି ନିଷ୍ପତ୍ତି ପରେ ଏହି ସ୍ଥାନକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ସ୍ମାର୍ଟ ସିଟି ଲିମିଟେଡ୍ ଏଥିପାଇଁ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରିଛି । ଭାସ୍କର୍ୟ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କ ନେତୃତ୍ୱରେ ଏହି କାମ ଚାଲିଥିବାବେଳେ ମୂର୍ତ୍ତିଟି ଭାଙ୍ଗି ଯାଇଛି । ଉଠା ଯନ୍ତ୍ର ସାହାଯ୍ୟରେ ମୂର୍ତ୍ତିକୁ ହଟା ଯାଉଥିବାବେଳେ ଅଂଟା ପାଖରୁ ନର୍ତ୍ତକୀ ମୂର୍ତ୍ତିଟି ଭାଙ୍ଗି ଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,