ଖେଳ ଦେଶ ବିଦେଶ ରାଜ୍ୟ

ଅଲିମ୍ପିକ୍ସ ପଦକ ବିଜୟ ପଛରେ ଓଡ଼ିଶାର ହାତ, ସହଯୋଗ କରିଥିଲେ ରାଜ୍ୟ ସରକାର: ନରିନ୍ଦର ବାତ୍ରା

ଭୁବନେଶ୍ୱର: ଅଲିମ୍ପିକ୍ସ ହକି ଖେଳାଳିଙ୍କୁ ରାଜ୍ୟ ସରକାର ସମ୍ବର୍ଦ୍ଧିତ କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ସଫଳତା ପାଇଁ ଉଭୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତ ଯେଉଁ ସଫଳତା ହାସଲ କରିଛି ସେଥିପାଇଁ ଓଡ଼ିଶାର ଭୂମିକାକୁ ପୂରା ଦେଶ ପ୍ରଂଶସା କରିଛି । ଆଉ ଆଜି ସମ୍ବର୍ଦ୍ଧନା ଉତ୍ସବରେ ମଧ୍ୟ ହକି ପ୍ରତି ଓଡ଼ିଶାର ଅବଦାନକୁ ମନେ ପକାଇବା ସହ ପ୍ରଂଶସାରେ ପୋତି ପକାଇଛନ୍ତି ଭାରତୀୟ ଅଲମ୍ପିକ୍ସ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା ।

ପୁରସ୍କାର ଓ ସମ୍ମାନ
-ହକି ଇଣ୍ଡିଆ ସଭାପତିଙ୍କୁ ୫୦ ଲକ୍ଷ ଟଙ୍କା
-ସବିତା ପୁନିଆ ମୋଷ୍ଟ ଗୋଲ୍‌ ସେଭ୍‌ ଓମ୍ୟାନ୍‌ ଟିମ୍‌ ସମ୍ମାନରେ ସମ୍ମାନିତ
-ରାନୀ ରାମପାଲ୍‌ ଓ ନଭାନିତ କୌର୍‌ଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ
-ଦୀପଗ୍ରେସ୍‌ ଏକ୍କାଙ୍କୁ ଡିଫେଣ୍ଡ୍‌ ପାଇଁ ୫ ଲକ୍ଷ ଟଙ୍କା
-ମିଡ ଫିଲ୍‌ଡରେ ଭଲ ପ୍ରଦର୍ଶନ ପାଇଁ ପି ସୁଶୀଳା ଚାନୁଙ୍କୁ ୫ ଲକ୍ଷ ଟଙ୍କା
-ଗୁରଜିତ କୌର ଓ ବନ୍ଦନା କଟାରିଆଙ୍କୁ ସର୍ବାଧିକ ଗୋଲ୍‌ ସ୍କୋର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ

ପୁରୁଷ ହକି ଦଳ
-ଶ୍ରୀଜେଶ୍‌ଙ୍କୁ ସର୍ବାଧିକ ଗୋଲ୍‌ ସେଭ୍‌ ପାଇଁ ୫ ଲକ୍ଷ ଟଙ୍କା
-ପୁରୁଷ ହକି ଦଳର ସଭିଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ
-ମୋଷ୍ଟ୍‌ ଗୋଲ୍‌ ଏସିଷ୍ଟ୍‌ ପାଇଁ ସୂର୍ଯ୍ୟକାନ୍ତଙ୍କୁ ୫ ଲକ୍ଷ ଟଙ୍କା
-ରୁପିନ୍ଦର୍‌ ପାଲ ସିଂହଙ୍କୁ ଡିଫେନ୍‌ସ ପାଇଁ ୫ ଲକ୍ଷ ଟଙ୍କା
-ମିଡ ଫିଲ୍‌ଡ ପାଇଁ ହରମନ୍‌ପ୍ରୀତ୍‌ ସିଂ ଓ ଅମିତ୍‌ ରୋହୀଦାସଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ
-ସର୍ବାଧିକ ଗୋଲ୍‌ ପାଇଁ ହରମନ୍‌ପ୍ରୀତ୍‌ ସିଂହଙ୍କୁ ୫ ଲକ୍ଷ ଟଙ୍କା

ସମ୍ବର୍ଦ୍ଧନା ଉତ୍ସବରେ ନରିନ୍ଦର କହିଛନ୍ତି, ହକି ଖେଳାଳିଙ୍କ ଦ୍ୱିତୀୟ ଘର ପାଲଟିଛି ଓଡ଼ିଶା । ଏପରିକି ଭାରତୀୟ ହକିର ଘର ପାଲଟି ସାରିଛି ଓଡ଼ିଶା । ଆଉ ଏହା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଅବଦାନ ରହିଛି । ହକିର ବିକାଶ ପାଇଁ ନବୀନ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ଭିତ୍ତିଭୂମିକୁ ସୁଦୃଢ କରିବା ଠାରୁ ଆରମ୍ଭ କରି ହକିକୁ ଲୋକପ୍ରିୟ କରିବା କ୍ଷେତ୍ରରେ ନବୀନଙ୍କ ଭୂମିକା ଅତୁଳନୀୟ । ଅଲିମ୍ପିକ୍ସ ପୂର୍ବରୁ ଓଡ଼ିଶାରେ ବଡ ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଛି, ଯାହା ଭାରତୀୟ ଟିମକୁ ବଳ ଦେଇଛି । ମୋଟାମୋଟି ଭାବେ କହିବାକୁ ଗଲେ ଓଡ଼ିଶା ସହଯୋଗରେ ଭାରତୀୟ ହକିର ଭାଗ୍ୟ ବଦଳିଛି । ଯେତେବେଳେ କ୍ରିକେଟ ପଛରେ ସମସ୍ତେ ପାଗଳ ଥିଲେ ସେତେବେଳେ ହକିକୁ ଆପଣାଇଥିଲା ଓଡ଼ିଶା । ହକିକୁ ନୂଆ ଜନ୍ମ ଦେଇଥିଲା ଓଡ଼ିଶା । ରାଜ୍ୟବାସୀଙ୍କ ଠାରୁ ଯେଉଁ ଭଲପାଇବା ମିଳିଥିଲା ତାହା ହକି ଖେଳାଳିଙ୍କ ମନୋବଳ ବଢାଇଥିଲା । ଆଉ ଏହିଠାରୁ ଭାରତୀୟ ହକିର ନୂଆ ଯୁଗ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ନରିନ୍ଦର ।

ଏହାସହ ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତ ଯେଉଁ ପଦକ ପାଇଛି ତାହା ପଛରେ ଓଡ଼ିଶାର ବଡ ଭୂମିକା ରହିଛି ବୋଲି ନରିନ୍ଦର କହିଛନ୍ତି । କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଅବଦାନ ଭାରତୀୟ ହକିକୁ ସଫଳତାର ଶିଖରରେ ପହଞ୍ଚାଇଛି । ହକିର ଲୋକପ୍ରିୟତାର ଗ୍ରାଫ୍ ଏବେ ବଢି ଚାଲିଛି । କେବଳ ହକି ନୁହେଁ ବରଂ ଅନ୍ୟ କ୍ରୀଡାକୁ ମଧ୍ୟ ବେଶ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଯେଉଁଥିପାଇଁ ପ୍ରତି ଜିଲ୍ଲାରେ ଇନଡୋର ଷ୍ଟାଡିୟମ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଦର୍ଶାଉଛି ରାଜ୍ୟ ସରକାରଙ୍କ ଫୋକସରେ ରହିଛି କ୍ରୀଡା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ