ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୱନଦୀପ ରାଜନ Indian Idol-12 ସିଜିନର ୱିନର

ନୂଆଦିଲ୍ଲୀ: ଦେଶର ସବୁଠାରୁ ପପୁଲାର ସିଙ୍ଗିଙ୍ଗ ରିୟଲିଟି ଶୋ ଇଣ୍ଡିଆନ୍ ଆଇଡଲ୍-୧୨ ସିଜିନର ପରିସମାପ୍ତି ଘଟିଛି । ବହୁ ସମୟ ଧରି ଏହି ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିଲା । ତେବେ ଚଳିତ ସିଜିନର ୱିନର ହୋଇଛନ୍ତି ପବନଦୀପ ରାଜନ । ପବନଦୀପଙ୍କ ଗୀତକୁ ଉଦିତ ନାରାୟଣ, ଆଲକା ୟାଗ୍ନିକ, ଅମିତ କୁମାର, ଲତା ମଙ୍ଗେସ୍କରଙ୍କ ପରି ବଲିଉଡର ଅନେକ ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକମାନେ ଖୁବ୍ ପ୍ରଶଂସା କରିଥିଲେ । ବିଶିଷ୍ଟ ସଙ୍ଗୀତଜ୍ଞ ବାପି ଲାହିରି ପବନଦୀପଙ୍କ ଗାଇବା ଶୈଳୀରେ ଏତେ ବିମୁଗ୍ଧ ହୋଇଯାଇଥିଲେ ଯେ ସେ ନିଜର ପ୍ରିୟ ତବଲାକୁ ଉପହାରସ୍ୱରୂପ ପ୍ରଦାନ କରିଥିଲେ । ଉଚ୍ଚକୋଟୀର ଗୀତ ଗାଇବା ସହ ଗୀଟାର, ଡ୍ରମ ଆଦି ଅନେକ ବାଦ୍ୟଯନ୍ତ୍ର ବଜାଇବାରେ ସେ ଖୁବ୍ ନିପୁଣ । ତେବେ ବିଜେତା ଘୋଷଣା ପରେ ପବନଙ୍କୁ ବିଭିନ୍ନ ଦିଗରୁ ପ୍ରଶଂସାର ଛୁଅ ଛୁଟିଛି ।

ଇଣ୍ଡିଆନ୍ ଆଇଡଲ-୧୨ ଟ୍ରଫି ଜିତିବା ପରେ ଉତ୍ତରାଖଣ୍ଡର ନିବାସୀ ପବନଦୀପଙ୍କୁ ଏକ ଲଗଜୁରୀ କାର ଓ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏଥିସହ ବିଭିନ୍ନ ମ୍ୟୁଜିକ କମ୍ପାନୀ, ସଙ୍ଗୀତ ନିର୍ଦ୍ଦେଶକଙ୍କ ତରଫରୁ ଫିଲ୍ମରେ ଗୀତ ଗାଇବାର ଅଫର୍ ତାଙ୍କୁ ମିଳିଛି । ରନର୍ସ ଅପଙ୍କ ମଧ୍ୟରେ ଅରୁଣିତା କାଞ୍ଜିଲାଲ ଦ୍ୱିତୀୟ, ସାୟଲୀ କାମ୍ବଲେ ତୃତୀୟ, ମହମ୍ମଦ ଦାନିଶ ଚତୁର୍ଥ ସ୍ଥାନରେ ରହିଛନ୍ତି । ଇଣ୍ଡିଆନ ଆଇଡଲ-୧୨ର ବିଜୟ ପୂର୍ବରୁ ପବନଦୀପ ହିମେଶ ରେଶମିଆଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ‘ତେରେ ବଗେର’ ଗୀତ ଗାଇଥିଲେ । ତେବେ ଅନ୍ୟ ପ୍ରତିଯୋଗୀମାନେ ଟ୍ରଫି ଜିତି ପାରିନଥିଲେ ସେମାନଙ୍କର ସୁମଧୁର ସଙ୍ଗୀତର ସ୍ୱରରେ ଲକ୍ଷ ଲକ୍ଷ ଦର୍ଶକଙ୍କ ଦିଲ୍ ଜିତି ପାରିଛନ୍ତି । ଅନେକ ପ୍ରତିଯୋଗୀଙ୍କୁ ବିଭିନ୍ନ ମ୍ୟୁଜିକ୍ ଆଲବମ୍, ଫିଲ୍ମରେ ଗୀତ ଗାଇବା ପାଇଁ ମଧ୍ୟ ଅଫର ମିଳିସାରିଛି । ହିମେଶ ରେଶମିଆ ଅନେକ ପ୍ରତିଯୋଗୀଙ୍କୁ ଗୀତ ଗାଇବାର ମଧ୍ୟ ସୁଯୋଗ ଦେଇ ସାରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ