କଳା ଓ ସଂସ୍କୃତି ଧର୍ମ

ଦେଶର ଏହି ଶିବ ମନ୍ଦିରରେ ନାଗ-ନାଗୁଣୀ କରନ୍ତି ପୂଜା, ଜାଣନ୍ତି କେଉଁଠି

ନୂଆଦିଲ୍ଲୀ ୧୩/୦୮ : ପବିତ୍ର ଶ୍ରାବଣ ମାସରେ ଶିବ ପୂଜାର ବିଶେଷ ମହତ୍ତ୍ୱ ରହିଛି । ସମସ୍ତେ ଜାଣନ୍ତି ଯେ ଭଗବାନ ଶିବ ତାଙ୍କ ବେକରେ ସାପକୁ ମାଳ ପରି ଧାରଣ କରିଛନ୍ତି । ଶ୍ରାବଣ ମାସର ଶୁକ୍ଳ ପକ୍ଷର ତୃତୀୟା ତିଥିରେ ନାଗ ପଞ୍ଚମୀ ପର୍ବ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ସର୍ପ ଦେବତାଙ୍କୁ ପୂଜା କରିବା ଦ୍ୱାରା ସର୍ପ ଦୋଷ ଏବଂ ସର୍ପ ଭୟରୁ ମୁକ୍ତି ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି ସାରା ଦେଶରେ ଏପରି ଅନେକ ଶିବ ମନ୍ଦିର ରହିଛି, ଯେଉଁଠାରେ ନାଗ ପଞ୍ଚମି ପର୍ବରେ ନିଜେ ନାଗ-ନାଗୁଣୀଙ୍କ ଯୋଡି ପହଞ୍ଚି ଶିବ ଦର୍ଶନ କରନ୍ତି । ବହୁ ସଂଖ୍ୟକ ଲୋକ ଭଗବାନ ଶିବଙ୍କ ଦର୍ଶନ ଏବଂ ଏହି ଯୋଡିକୁ ଦେଖିବା ପାଇଁ ମନ୍ଦିରକୁ ଯାଆନ୍ତି । ଆସନ୍ତୁ ଜାଣିବା ଏହି ମନ୍ଦିରଗୁଡ଼ିକ ବିଷୟରେ …

ଉତ୍ତର ପ୍ରଦେଶ, ବୋଧେଶ୍ୱର ମହାଦେବ ମନ୍ଦିର :

ଉତ୍ତର ପ୍ରଦେଶର କାନପୁର ନିକଟରେ ବୋଧେଶ୍ୱର ମହାଦେବ ଶିବ ମନ୍ଦିର ପ୍ରତିଷ୍ଠା କରାଯାଇଛି। କୁହାଯାଏ, ଏହି ମନ୍ଦିରକୁ ନାଗ-ନାଗୁଣୀ ଜଗି ରହିଛନ୍ତି। ବିଶ୍ୱାସ ରହିଛି ଯେ ମନ୍ଦିରକୁ ନାଗ-ନାଗୁଣୀ କୌଣସି ରୂପରେ ଆସି କବାଟ ପାଖରେ ବସି ସେମାନଙ୍କର ଯତ୍ନ ନିଅନ୍ତି । ମଧ୍ୟରାତ୍ରିରେ ମନ୍ଦିରକୁ ବହୁଗୁଡିଏ ସାପ ଆସି ଶିବଲିଙ୍ଗକୁ ସ୍ପର୍ଶ କରି ଜଙ୍ଗଲକୁ ଫେରିଯାଆନ୍ତି।

ମଧ୍ୟପ୍ରଦେଶ, ଦେବଗୁରାଡିଆ ଶିବ ମନ୍ଦିର :

ମଧ୍ୟପ୍ରଦେଶର ଇନ୍ଦୋର ନିକଟରେ ଦେବଗୁରୁଡିଆ ପାହାଡ ଉପରେ ପ୍ରାୟ ୧୦୦୦ ବର୍ଷ ପୁରୁଣା ଶିବ ମନ୍ଦିର ପ୍ରତିଷ୍ଠା ହୋଇଛି। ଏହାର ନାମ ଦେବଗୁରୁଡିଆ ମନ୍ଦିର। କୁହାଯାଏ ଯେ ଶ୍ରାବଣ ମାସରେ ପ୍ରତିବର୍ଷ ଏହି ପ୍ରାଚୀନ ମନ୍ଦିରରେ ସ୍ଥାପିତ ନନ୍ଦୀ ମୂର୍ତ୍ତିରୁ ଜଳ ବାହାରିଥାଏ। ତା’ପରେ ସେହି ଜଳ ଶିବଙ୍କ ଉପରେ ପଡିଥାଏ । ଏହି ମନ୍ଦିରରେ ରହୁଥିବା ନାଗ-ନାଗୁଣୀ ଯୋଡି ପ୍ରତିଦିନ ଶିବଲିଙ୍ଗ ଚାରିପଟେ ଘୂରି ବୁଲନ୍ତି । କିନ୍ତୁ ସେମାନେ କାହାରି ପ୍ରତି କୌଣସି ଅନିଷ୍ଟ କରନ୍ତି ନାହିଁ।

ଛତିଶଗଡ, ଲକ୍ଷ୍ମଣେଶ୍ୱର ମହେଦେବ ମନ୍ଦିର :

ଛତିଶଗଡର ରାଜଧାନୀ ରାୟପୁରରେ ପ୍ରାୟ ୩୦୦ ବର୍ଷ ପୁରୁଣା ଲକ୍ଷ୍ମଣେଶ୍ୱର ମହାଦେବ ଶିବ ମନ୍ଦିର ପ୍ରତିଷ୍ଠିତ । ଏଠାରେ ନାଗ-ନାଗୁଣୀ ଯୋଡି ଶିବଲିଙ୍ଗ ପରିକ୍ରମା କରିବାକୁ ଆସନ୍ତି । ବିଶ୍ୱାସ ରହିଛି ଯେ ଏକ ସନ୍ତାନହୀନ ଦମ୍ପତି ଶିବଲିଙ୍ଗ ଦର୍ଶନ କରି ସନ୍ତାନ ପ୍ରାପ୍ତ କରିଥାନ୍ତି । ଏହା ସହିତ ପ୍ରାୟ ୨୦୦ ବର୍ଷର କଇଁଛ ମଧ୍ୟ ମନ୍ଦିରରେ ବାସ କରନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ