କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ସମାଜସେବୀ, ରାଜନୈତିକ ସମୀକ୍ଷକ ସୁଧାଂଶୁ ତ୍ରିପାଠୀଙ୍କ ପରଲୋକ

ଭୁବନେଶ୍ୱର, ୧୦/୦୮: ବିଶିଷ୍ଟ ସମାଜସେବୀ ତଥା ରାଜନୈତିକ ସମୀକ୍ଷକ ସୁଧାଂଶୁ କୁମାର ତ୍ରିପାଠୀ ଆଉ ନାହାନ୍ତି। ଗତ ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ।

୧୯୪୬ ମସିହା ମେ ୨୮ ତାରିଖରେ ଯାଜପୁର ଜିଲ୍ଲା ମୁରାରିପୁରରେ ସେ ଜନ୍ମଗ୍ରହଣ କରିଥିବା ସୁଧାଂଶୁ ତ୍ରୀପାଠିଙ୍କର କର୍ମଭୂମି ଥିଲା କଟକ ଏବଂ ଭୁବନେଶ୍ବର । ସେ କଟକରେ ଦୀର୍ଘ ବର୍ଷ ରହଣି ପରେ ପ୍ରାୟ ୪ ଦଶନ୍ଧି ହେବ ଭୁବନେଶ୍ୱର ଉପକଣ୍ଠ ଗଙ୍ଗାପାଟଣାରେ ଅଧିକାଂଶ ସମୟ ରହୁଥିଲେ। ସେ ଦୀର୍ଘଦିନ ଧରି ପ୍ରତ୍ୟକ୍ଷ ଭାବେ ସମାଜ ସେବା ସହ ଜଡ଼ିତ ଥିଲେ । ଏହା ସହଗ ଲେଖାଲେଖି ମଧ୍ୟ କରୁଥିଲେ । ତାଙ୍କ ବୋୟୋଗରେ କର୍ମଭୂମିରେ ଶୋକର ଛାୟା ଖେଳିଯାଇଛି । ଘଙ୍ଗାପାଟଣା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠ ପୁତ୍ର ସଦାନନ୍ଦ ମୁଖାଗ୍ନି ଦେଇଥିଲେ । ଅନ୍ୟ ତିନିପୁତ୍ର ବିବେକାନନ୍ଦ, ସ୍ନେହାଂଶୁ ଓ ଶୁଭ୍ରାଂଶୁଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଓ ଶୁଭେଚ୍ଛୁମାନେ ଶେଷକୃତ୍ୟରେ ଉପସ୍ଥିତ ଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,