ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଯୁକ୍ତ ଦୁଇରେ ମୋଟ୍ ୫୪ ହଜାର ୯୦୦ ସିଟ୍ ବୃଦ୍ଧି

ଭୁବନେଶ୍ୱର: ଆଗାମୀ ୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଆବେଦନ କରିପାରିବେ। କରୋନା ପାଇଁ କୌଣସି ଆଡମିସନ ଫି ବୃଦ୍ଧି ହେବ ନାହିଁ ବୋଲି ବି ମନ୍ତ୍ରୀ କହିଛନ୍ତି।

ଏଣେ ରାଜ୍ୟରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବଢିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ୍ ୫୪ ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଛି। କଳାରେ ୩୮ ହଜାର, ବିଜ୍ଞାନରେ ୧୩ ହଜାର ଓ ବାଣିଜ୍ୟରେ ୩ ହଜାର ୯୦୦ ସିଟ୍ ବୃଦ୍ଧି ହୋଇଛି। ୭୨ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ଆସିଥିଲା। ଏଥିମଧ୍ୟରୁ କଳାରେ ୪୦ ହଜାର, ବିଜ୍ଞାନରେ ୨୫ ହଜାର ଓ ବାଣିଜ୍ୟରେ ୪ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଥିଲା।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି