ଦେଶ ବିଦେଶ ପର୍ଯ୍ୟଟନ ରାଜ୍ୟ ସ୍ପେଶାଲ ରିପୋର୍ଟ

ନନ୍ଦନକାନନରେ ଗଡିବ ଟଏ ଟ୍ରେନ, ମଜ୍ଜା ନେବେ ପର୍ଯ୍ୟଟକ

ଭୁବନେଶ୍ୱର: ଖୁବଶୀଘ୍ର ନନ୍ଦନକାନନରେ ଗଡିବ ଟଏ ଟ୍ରେନ । ଏଥର ଟ୍ରେନରେ ବସି ନନ୍ଦନକାନନ ବୁଲିବେ ପର୍ଯ୍ୟଟକ । ଏନେଇ ପ୍ରସ୍ତୁତି ଚାଲିଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ବୁଲେଟ ଟ୍ରେନ ପରି ଏହା ତିଆରି ହୋଇଛି । ଏଥିରେ ଭିନ୍ନକ୍ଷମଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା ।

1985 ମସିହାରୁ ନନ୍ଦନକାନନରେ ଟଏ ଟ୍ରେନ ଆରମ୍ଭ ହୋଇଥିଲା ମାତ୍ର 2013 ମସିହାରେ ଏହାର ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଦ ପଡ଼ିଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା 3 କୋଟି 5 ଲକ୍ଷ ଟଙ୍କା ବ୍ୟୟରେ ବଗି ଓ ଟ୍ରାକର ନବୀକରଣ କରାଯାଇଛି । ଏହି ଟ୍ରେନରେ ଏକା ଥରକେ 72 ଜଣ ପର୍ଯ୍ୟଟକ ବୁଲିବାର ମଜା ନେଇପାରିବେ ।

କୋଭିଡ ଭୟବହତା ପାଇଁ ନନ୍ଦନକାନନ ବନ୍ଦ ରହିଥିବା ବେଳେ ଚଳିତ ସପ୍ତାହରୁ ଖୋଲିଛନ୍ତି ରାଜ୍ୟ ସରକାର । ସେପଟେ ପର୍ଯ୍ୟଟକଙ୍କ ପାଇଁ ଟୟ ଟ୍ରେନରେ ବ୍ୟବସ୍ଥା କରାଯାଇଛି । ଯାହା ଅତ୍ୟନ୍ତ ମନଲୋଭା ମଧ୍ୟ । ଏଥିରା ପର୍ଯ୍ୟଟକ ବସିବା ସହ ନନ୍ଦନକାନନର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ଏଥିସହିତ ଅତି ନିକଟରୁ ପଶୁ ପକ୍ଷୀଙ୍କୁ ମଧ୍ୟ ଦେଖିବାର ସୌଭାଗ୍ୟ ପାଇପାରିବେ ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ