କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ପୁଣି ଭକ୍ତ-ଭଗବାନ ମିଳନ, ଆସନ୍ତା ୧୬ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ଭକ୍ତଙ୍କ ପାଇଁ ବଡ଼ ଖବର, ଆସନ୍ତା ୧୬ରୁ ଖୋଲିବ ଶ୍ରୀମନ୍ଦିର । ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଥମେ ପୁରୀ ସହରବାସୀ ପାଇବେ ଜଗା ଦର୍ଶନ । ୨୩ ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ଶ୍ରୀମନ୍ଦିର ପ୍ରବେଶ ପାଇଁ ପସ୍ତୁତ ହୋଇଛି ସ୍ବତନ୍ତ୍ର ଏସଓପି । ଏସଓପି ଅନୁଯାୟୀ ପୁରୀ ସହରବାସୀ ନିଜର ଆଧାରକାର୍ଡ କିମ୍ବା ଭୋଟର ପରିଚୟ ପତ୍ର ସହ କୋଭିଡ ଆରଟିପିସିଆର ରିପୋର୍ଟ କିମ୍ବା ୨ଟି ଡୋଜ ଟିକା ରିପୋର୍ଟ ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ସେହିଭଳି ସର୍ବସାଧାରଣଙ୍କ ପାଇଁ ୯୬ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ ସହ ୨ଟି ଡୋଜ ଟିକା ରିପୋର୍ଟ ଦେଖାଇବା ବାଧ୍ୟତା ମୁଳକ । ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତ ମାନଙ୍କର ହାତ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯିବ। ଶ୍ରୀମନ୍ଦିରକୁ କୋଭିଡ ମୁକ୍ତ କରିବା ପାଇଁ ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପୁଣିଥରେ କୋଭିଡ ଟେଷ୍ଟ କରାଯିବ।

ଏହି ରିପୋର୍ଟ ଆଧାରରେ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରବେଶର ସୁଯୋଗ ଦିଆଯିବ। ପୂର୍ବରୁ ଥିବା ଏସଓପିର ସମସ୍ତ ନିୟମାବଳୀକୁ ଅନୁପାଳନ କରାଯିବ। ଭକ୍ତ ମାନେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିପାରିବେ ନାହିଁ। ଆଜିର ଏହି ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ଏ ସମସ୍ତ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ସିଡିଏମଓ ଓ ଛତିଶା ନିଯୋଗର ସମସ୍ତ ସେବାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ