ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

Tokyo Olympics 2020: ଅନ୍ତିମ ଦିନରେ ପୂରା ହୋଇପାରେ ସ୍ୱର୍ଣ୍ଣ ପଦକ ଆଶା

ଟୋକିଓ: ଶନିବାର ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଶେଷ ହେଉଛି ଭାରତର ଅଭିଯାନ । ଶେଷ ଦିନରେ ପଦକ ଆଶା ରଖିଛନ୍ତି ଦେଶବାସୀ । ଜାଭେଲିନ୍‌ର ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଉଭୟ ଦଳ ମଧ୍ୟରେ ହେବ କଡା ମୁକାବିଲା । ସ୍ୱର୍ଣ୍ଣ ପଦକ ପାଇଁ ହେବ ଜୋରଦାର ଫାଇଟ । ଜାଭେଲିନ ଫାଇନାଲରେ ଭାରତର ନୀରଜ ଚୋପଡା ଓ ପାକିସ୍ତାନର ଅରଶଦ ନଦୀମଙ୍କ ମଧ୍ୟରେ ହେବ ଲଢେଇ । ଉଭୟ ନୀରଜ ଏବଂ ଅରଶଦ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତର ଷ୍ଟାର ଖେଳାଳି ନୀରଜ ଚୋପ୍ରା ୮୬.୬୫ ମିଟର ଥ୍ରୋରେ ଶୀର୍ଷରେ ଥିବା ବେଳେ ଅରଶଦ ୮୫.୧୬ ମିଟର ସହ ତୃତୀୟ ସ୍ଥାନରେ ରହିଛନ୍ତି । ନୀରଜ ଗ୍ରୁପ୍ ଏରେ ଏବଂ ଅରଶଦ ଗ୍ରୁପ୍ ବିରେ ଥିଲେ । ସେପଟେ ରେସଲିଂରେ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ଆଜି ବ୍ରୋଞ୍ଜ ପଦକ ପାଇଁ ଲଢେଇ କରିବେ । ତେବେ ଚଳିତ ଅଲିମ୍ପିକ୍ସରେ ମୋଟ ୫ଟି ପଦକ ପାଇଛି ଭାରତ । ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଚ ପଦକ ସହ ୬୬ତମ ସ୍ଥାନରେ ରହିଛି ଭାରତ । ତେବେ ଏଯାବତ୍ କୌଣସି ସ୍ୱର୍ଣ୍ଣ ପଦକ ଭାରତ ହାସଲ କରିନଥିବା ବେଳେ ଆଜିର ଜାଭେଲିନ୍‌ ଥ୍ରୋରୁ ସ୍ୱର୍ଣ୍ଣ ପଦକ ନେଇ ଆଶା ରଖିଛି ଭାରତ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ