ମନୋରଞ୍ଜନ

ଟୋକିଓରେ ବଲିଉଡ୍‌ର ଜଲଓ୍ୱା : ମାଧୁରୀଙ୍କ ହିଟ୍ ଗୀତରେ ପାଣିରେ ନାଚିଲେ ଇସ୍ରାଏଲ୍ ସନ୍ତରଣକାରୀ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ ୦୫/୦୮: ଗତ କିଛି ବର୍ଷ ମଧ୍ୟରେ ବଲିଉଡ ଜଗତ ସମସ୍ତଙ୍କୁ ପ୍ରେରଣା ଦେଇଛି । ବଲିଉଡ ଗୀତର ସମସ୍ତ ଫ୍ୟାନ୍ସମାନେ ସାରା ବିଶ୍ୱରେ ରହିଛନ୍ତି। ଭାରତୀୟଙ୍କ ବ୍ୟତୀତ, ବାହାର ଦେଶର ଲୋକମାନେ ମଧ୍ୟ ହିନ୍ଦୀ ଗୀତର ବିଟ୍ ଉପରେ ନାଚୁଥିବାର ଦେଖିବାକୁ ମିଳିଛି । ହେଲେ ଟୋକିଓ ଅଲିମ୍ପିକ୍ସ ସମୟରେ ଇସ୍ରାଏଲର ଖେଳାଳିମାନେ ବଲିଉଡ୍ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଯାହାକି ଇଣ୍ଟରନେଟରେ ବହୁତ ଭାଇରାଲ ହେବାରେ ଲାଗିଛି ।

ଟୋକିଓ ଅଲିମ୍ପିକ୍ସର ଏକ ଚମତ୍କାର ଭିଡିଓ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଇସ୍ରାଏଲ୍ ସନ୍ତରଣକାରୀମାନେ ମାଧୁରୀ ଦୀକ୍ଷିତଙ୍କ ହିଟ୍ ଗୀତ ‘ଆଜା ନାଚଲେ’ରେ ଏକ ସୁନ୍ଦର ଓ ଚମତ୍କାର ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି। ଏହାକୁ ଦେଖି ଅନେକ ଭାରତୀୟ ଖୁବ୍ ପସନ୍ଦ କରିଛନ୍ତି । ଏହି ଭିଡିଓ ସେୟାର କରିବା ସମୟରେ ଅନେକ ଉପଭୋକ୍ତା ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଭିଡିଓଟିକୁ ଖୁବ୍ ଲାଇକ , କମେଣ୍ଟ ମିଳିବା ସହ ଜଣେ ୟୁଜର୍ସ ଏହାକୁ ଦେଖି ଟ୍ୱିଟ୍ କରି ଲେଖିଛନ୍ତି, କି ‘ଏଥିପାଇଁ ଟିମ୍ ଇସ୍ରାଏଲକୁ ଅନେକ ଧନ୍ୟବାଦ ,ଓ ଆପଣଙ୍କର ଧାରଣା ନାହିଁ କି ଏହା ଶୁଣିବା ଏବଂ ଦେଖିବା ପାଇଁ ମୁଁ କେତେ ଉତ୍ସାହିତ ଥିଲି । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ