ଖେଳ

ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ

ଲଣ୍ଡନ,୦୩/୦୮: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ବୁଧବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ଟେଷ୍ଟ୍ ସିରିଜ ପୂର୍ବରୁ ଦୁଉ ଦଳ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଅଭ୍ୟାସ ପୂର୍ବରୁ ଡରହାମରେ ୨ ସପ୍ତାହ ଥିବା ଟିମ୍ ଇଣ୍ଡିଆ ନଟିଂହାମରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଦେଲେଣି ।

ତେବେ ଶନିବାରଠୁ ଟିମ୍ ଇଣ୍ଡିଆ ପଡିଆରେ ଅଭ୍ୟାସ କରୁଛି । ଦଳର ଖେଳାଳି ଉଭୟ ବ୍ୟାଟିଂ ଓ ବୋଲିଂ ଉପରେ ଫୋକସ କରୁଛନ୍ଚି। ବୋଲରମାନେ ଦୀର୍ଘ ସମୟ ଧରି ବୋଲିଂ ଅଭ୍ୟାସ କରୁଥିବା ବେଳେ ବ୍ୟାଟ୍ସମ୍ୟାନମାନେ ନେଟ୍ସରେ ପ୍ରାକ୍ଟିସ୍ କରୁଛନ୍ତି । ପ୍ରଥମ ଟେଷ୍ଟରେ ରୋହିତ ଶର୍ମା ଓପନିଂ କରିବା ପାଇଁ ଦଳ ସ୍ଥିର କରିଥିବା ବେଳେ ହିଟମ୍ୟାନଙ୍କ ବ୍ୟାଟିଂ ଉପରେ କୋଚ୍ ରବି ଶାସ୍ତ୍ରୀ ନିରନ୍ତର ଭାବେ ନଜର ରଖିଛନ୍ତି ।

କ୍ରିକେଟ୍ ବିଶେଷଜ୍ଞଙ୍କ କହିବାନୁସାରେ, ରୋହିତ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥାନ୍ତି । ତେଣୁ ଇଂଲଣ୍ଡ ଜଳବାୟୁ ଓ ପିଚ୍‌ କଷ୍ଟକର ହେବ । ନଟିଂହାମ ପିଚରେ ବଲ୍‌ ଅତିରିକ୍ତ ସୁଇଂ କରୁଥିବାରୁ ରୋହିତଙ୍କ ପକ୍ଷରେ ସଟ୍‌ ଖେଳିବା କଷ୍ଟକର ହୋଇପାରେ । ରୋହିତଙ୍କୁ ଏସବୁ ପ୍ରତି ଧ୍ୟାନ ନଦେଇ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିବାକୁ ହେବ। ଇଂଲଣ୍ଡରେ ଅଫ ଷ୍ଟମ୍ପ ବାହାର ବଲ୍‌କୁ ଛାଡ଼ିବା ପାଇଁ ରୋହିତଙ୍କୁ ପୂର୍ବତନ କ୍ରିକେଟ୍‌ ଖେଳାଳି ଭିଭିଏସ୍‌ ଲକ୍ଷ୍ମଣ ଏହାମଧ୍ୟରେ ପରାମର୍ଶ ମଧ୍ୟ ଦେଇଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର୍ ବ୍ୟାଟିଂ କରିଥିବା ଶୁଭମନ ଗିଲ ଆହତ ହୋଇ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏପଟେ ମୟଙ୍କ ଅଗ୍ରଓ୍ୱାଲ ଆହତ ହେବା ପରେ ଭାରତ ପାଇଁ ଚିନ୍ତା ବଢିଯାଇଛି । ମୟଙ୍କ ଅଭ୍ୟାସ ବେଳେ ମୁଣ୍ଡରେ ବଲ ବାଜିବାରୁ ଆହାତ ହୋଇ ବାଦ୍ ପଡିଛନ୍ତି । ମୟଙ୍କ ଅଗ୍ରଓ୍ବାଲଙ୍କୁ କେବଳ ପ୍ରଥମ ଟେଷ୍ଟରୁ ହିଁ ବାଦ ଦିଆଯାଇଛି । ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଇଛି ।

ପ୍ରଥମ ଟେଷ୍ଟ ପରେ ଅବଶିଷ୍ଟ ଟେଷ୍ଟ ପାଇଁ ସେ ଦଳରେ ସାମିଲ ହୋଇପାରନ୍ତି ବୋଲି କହିଛି ବିସିସିଆଇ । ତେବେ ମୟଙ୍କ ଅଗ୍ରଓ୍ବାଲଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କୁ ଓପନିଂ ପାଇଁ ସୁଯୋଗ ମିଳିପାରେ । ରାହୁଲ ପୂର୍ବରୁ ମଧ୍ୟ ଓପନିଂ କରିବା ସହ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ସେ ମଧ୍ୟ କ୍ରମରେ ଖେଳିବାକୁ ପସନ୍ଦ କରନ୍ତି । ଏହା ବ୍ୟତିତ ନବାଗତ ଖେଳାଳି ଅଭିମନ୍ୟୁ ଇଶ୍ବରନ୍‌ଙ୍କୁ ମଧ୍ୟ ଓପନିଂ ପାଇଁ ସୁଯୋଗ ମିଳିପାରେ । ସେହିପରି ବୋଲିଂ ଓ ଫିଲ୍ଡିଂକୁ ମଧ୍ୟ ଭାରତୀୟ ଦଳ ଗୁରୁତର ସହ ନେଇଛି । ଖେଳାଳିମାନେ ପଡିଆରେ ଫିଲ୍ଡିଂ ଆଉ ଓ୍ୱିକେଟ୍ ଥ୍ରୋ ପ୍ରାକ୍ଟିସ୍ ମଧ୍ୟ କରୁଛନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ