ଖେଳ ଦେଶ ବିଦେଶ

ସାମନାକୁ ଆସିଲା ପରିଣୀତିଙ୍କ ଦମଦାର ଲୁକ୍ : ତାଙ୍କ କାର୍ବନ୍ କପି ବୋଲି କହିଲେ ସାଇନା

ମୁମ୍ବାଇ ୬/୧୧: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଦୀର୍ଘ ଦିନ ହେବ ସାଇନା ନେହଓ୍ବାଲଙ୍କ ବାୟୋପିକକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏବେ ଫିଲ୍ମର ପ୍ରଥମ ପୋଷ୍ଟର ଜାରି କରି ଦିଆଯାଇଛି ଯାହାକୁ ସାଇନା ନେହଓ୍ବାଲ୍ ନିଜେ ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ସେୟାର କରିଛନ୍ତି।

ସାଇନା ନିଜ ଟ୍ବିଟର ହ୍ୟାଣ୍ଡଲରେ ଫିଲ୍ମରେ ପରିଣୀତିଙ୍କ ପ୍ରଥମ ଲୁକ୍ ଜାରି କରିଛନ୍ତି ଯେଉଁଥିରେ ସେ ଖେଳାଳୀ ୟୁନିଫର୍ମ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଫଟୋରେ ପରିଣୀତି ଟିକେ ଟିକେ ସାଇନାଙ୍କ ପରି ଲାଗୁଛନ୍ତି। ଏହି ଫଟୋକୁ ସେୟାର କରି ସାଇନା କ୍ୟାପସନରେ ଲେଖିଛନ୍ତି ଯେ ମୋ ଯାଆଁଳା।ଏହା ସହିତ ସେ ପରିଣୀତିଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। ସୋସିଆଲ ମିଡିଆରେ ପରିଣୀତିଙ୍କ ଏହି ଲୁକ୍ ଖୁବ୍ ଚର୍ଚ୍ଚାରେ ରହିଛି। ସାଇନାଙ୍କ ଭୂମିକା ପାଇଁ ପ୍ରଥମେ ଶ୍ରଦ୍ଧା କପୁରଙ୍କୁ ସାଇନ କରାଯାଇଥିଲା।

ଏହି ବାୟୋପିକ୍ ପାଇଁ ପରିଣୀତି ଦୀର୍ଘ ଦିନରୁ ବ୍ୟାଡମିଣ୍ଟନର ଟ୍ରେନିଂ ନେଉଛନ୍ତି। ସେହିପରି ନିକଟରେ ପରିଣୀତି ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ। ଏଥିରେ ସେ କ୍ୟାପସନରେ ଲେଖିଥିଲେ ଯେ ସେ ଆଜିକାଲି,ପ୍ରତିଦିନ,ପ୍ରତ୍ୟେକ ଦିନ।


ଏହା ପୂର୍ବରୁ ମଧ୍ୟ ସେ ଟ୍ବିଟ୍ କରି କହିଥିଲେ ଯେ ସେ ପ୍ରତିଦିନ ସକାଳ ୫ଟାରେ ଉଠୁଛନ୍ତି। ଏହା ପରେ ଓ୍ବାର୍କଆଉଟ୍ କରୁଛନ୍ତି ଏବଂ ୬ଟାରେ କୋର୍ଟ ପହଞ୍ଚି ଯାଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ କୌଣସି ପ୍ରକାରର ବିବାଦ ନ ହେବା ପାଇଁ ସେ କୋର୍ଟ ବୁକ୍ କରିଛନ୍ତି। ତାଙ୍କୁ ଏଭଳି ଅନୁଶାସିତ ଜୀବନ ଶୈଳୀ ଆହୁରି ୯ମାସ ବିତାଇବାକୁ ପଡ଼ିବ ତେଣୁ ଏହାକୁ ନେଇ ସେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ