ଖେଳ

ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଜୋରଦାର ଅଭ୍ୟାସ କରୁଛି ଟିମ୍ ଇଣ୍ଡିଆ

ଲଣ୍ଡନ,୦୧/୦୮: ଆଉ ମାତ୍ର ୩ଦିନ । ବୁଧବାରଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ଉଭୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଡରହାମରେ ୨ ସପ୍ତାହ କଟାଇ ସାରିବା ପରେ ଭାରତୀୟ ଦଳ ନଟିଂହାମରେ ପହଞ୍ଚି ଅଭ୍ୟାସ ଆରମ୍ଭ କରି ଦେଇଛି ।

ଶନିବାର ଦିନ ସମଗ୍ର ଭାରତୀୟ ଦଳ ଗ୍ରାଉଣ୍ଡରେ ଅଭ୍ୟାସ କରିଥିଲା । ଉଭୟ ବ୍ୟାଟିଂ ଓ ବୋଲିଂକୁ ଶିବରରେ ଗୁରୁତ୍ୱ ଦିଆଯାଇଥିଲା । ବିଶେଷ କରି ଦଳର ପ୍ରତ୍ୟେକ ବୋଲର ଦୀର୍ଘ ସମୟ ଧରି ବୋଲିଂ କରିଥିଲେ। ରୋହିତ ଶର୍ମାଙ୍କ ବ୍ୟାଟିଂ ଅଭ୍ୟାସ ଉପରେ ମୁର୍ଖ କୋଚ ରବି ଶାସ୍ତ୍ରୀ ନଜର ରଖିଥିଲେ । ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟ୍‌ରେ ରୋହିତ ଇଂଲଣ୍ଡରେ ଓପନ୍‌ କରିବେ ।

ଆକ୍ରମଣାତ୍ମକ ବ୍ୟାଟିଂ ଉପରେ ନିର୍ଭର କରୁଥିବା ରୋହିତଙ୍କ ପାଇଁ ଇଂଲଣ୍ଡ ଜଳବାୟୁ ଓ ପିଚ୍‌ କଷ୍ଟକର ହେବ ବୋଲି ବହୁ କ୍ରିକେଟ୍‌ ସମୀକ୍ଷକ ମତ ଦେଇଛନ୍ତି। ସେଠାରେ ବଲ୍‌ ଅତିରିକ୍ତ ସୁଇଂ କରୁଥିବାରୁ ରୋହିତଙ୍କ ପକ୍ଷରେ ସଟ୍‌ ଖେଳିବା କଷ୍ଟକର ହେବ ବୋଲି ମତ ପ୍ରକାଶ ପାଇଛି । ରୋହିତ ଏସବୁ ପ୍ରତି ଧ୍ୟାନ ନଦେଇ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଛନ୍ତି । ଇଂଲଣ୍ଡରେ ଅଫ ଷ୍ଟମ୍ପ ବାହାର ବଲ୍‌କୁ ଛାଡ଼ିବା ପାଇଁ ରୋହିତଙ୍କୁ ପୂର୍ବତନ କ୍ରିକେଟ୍‌ ଖେଳାଳି ଭିଭିଏସ୍‌ ଲକ୍ଷ୍ମଣ ପରାମର୍ଶ ଦେଇଛନ୍ତି ।

ଗିଲ ଆହତ ହୋଇ ସ୍ୱଦେଶ ଫେରି ଆସିଥିବାରୁ ରୋହିତଙ୍କ ସହ ମୟଙ୍କ ଅଗ୍ରୱାଲ ପାଳି ଆରମ୍ଭ କରିବା ନିଶ୍ଚିତ । ସେ ନେଟ୍ସରେ ଦଳର ସମସ୍ତ ପେସ୍‌ ବୋଲରଙ୍କୁ ସାମ୍ନା କରିଥିଲେ । ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ଓ ରିଷଭ ପନ୍ତ ଦୀର୍ଘ ସମୟ ବ୍ୟାଟିଂ ଅଭ୍ୟାସ କରିଥିଲେ ।

ଇଂଲଣ୍ଡ ଗସ୍ତରେ ଥିବା ଦଳରୁ ୩ ଜଣ ଖେଳାଳି ଶୁଭମନ ଗିଲ, ଅଭେଶ ଖାନ ଓ ୱାସିଂଟନ ସୁନ୍ଦର ବାଦ ପଡ଼ିଛନ୍ତି । ସେମାନଙ୍କ ସ୍ଥାନରେ ପୃଥ୍ୱୀ ଶ’ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଡାକରା ମିଳିଥିଲା । ହେଲେ ଶ୍ରୀଲଙ୍କାରେ ଉଭୟ ଆଇସୋଲେସନରେ ରହିଥିଲେ । ଉଭୟ ଲଣ୍ଡନ ଅଭିମୂଖେ ଯାତ୍ରା କରିଛନ୍ତି । ଏଲିଟ୍‌ କ୍ରୀଡ଼ାବିତମାନଙ୍କ ପାଇଁ ବ୍ରିଟେନ୍‌ରେ ପ୍ରବେଶ କରିବାକୁ ସ୍ୱତନ୍ତ୍ର ନିୟମ ରହିଛି ।

ଉକ୍ତ ନିୟମ ଅନୁଯାୟୀ ଶ’ଓ ସୂର୍ଯ୍ୟକୁମାର ଇଂଲଣ୍ଡରେ ପ୍ରବେଶ କରିପାରିବେ। ତେବେ ସେଠାରେ ପହଞ୍ଚିବା ପରେ ଉଭୟଙ୍କୁ ୧୦ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ । ଫଳ ସ୍ୱରୂପ ପ୍ରଥମ ୨ଟି ଟେଷ୍ଟରୁ ଉଭୟ ବାଦ ପଡ଼ିବେ । ୧୨ ତାରିଖରୁ ଲର୍ଡ୍ସରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଏହା ପୂର୍ବରୁ ଉଭୟଙ୍କ ଆଇସୋଲେସନ ସମୟ ଶେଷ ହୋଇଥିବ । ତଥାପି ନାଲ ବଲ୍‌ରେ ଅଭ୍ୟାସ ନକରିବା ପର୍ଯ୍ୟନ୍ତ ଉଭୟ ଟେଷ୍ଟ ଏକାଦଶରେ ସ୍ଥାନ ପାଇପାରିବେ ନାହିଁ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ