ମନୋରଞ୍ଜନ

ସେମାନଙ୍କ ବାପା ସେମାନଙ୍କୁ ଶିଖେଇପାରିଲେନି ତ ମୁଁ କ’ଣ ଶିଖେଇବି’, ଅଭିଷେକ ବଚ୍ଚନ ଓ ଭିଭାନ ଶାହଙ୍କ ଉଦ୍ଦେଶ୍ୟରେ ଏମିତି କହିଥିଲେ ଶାହରୁଖ ଖାନ୍

ମୁମ୍ବାଇ ୩୧/୦୭ : ୨୦୧୪ ମସିହାରେ, ଫରାହ ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହାପି ନ୍ୟୁ ଇୟର’ ରିଲିଜ୍ ହୋଇଥିଲା ​​। ଏହି ଫିଲ୍ମରେ ଶାହରୁଖ ଖାନ, ଅଭିଷେକ ବଚ୍ଚନ, ଭିଭାନ ଶାହା, ସୋନୁ ସୁଦ, ଦୀପିକା ପାଦୁକୋନ ଏବଂ ବୋମନ ଇରାନୀ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର ପ୍ରମୋସନ ପାଇଁ ଟିଭି ସୋ’ ‘କୌନ ବନେଗା କରୋଡପତି’ରେ ସେମାନେ ପହଞ୍ଚିଥିଲେ ଏବଂ ସେତେବେଳେ ଶାହାରୁଖ ଏକ ମଜାଳିଆ କଥା ସେୟାର କରିଥିଲେ।

ଅମିତାଭ ବଚ୍ଚନଙ୍କ ଦ୍ୱାରା ହୋଷ୍ଟେଡ୍ ଟିଭି ସୋ ‘କୌନ ବନେଗା କରୋଡପତି’ରେ ଶାହରୁଖ ଖାନ କହିଥିଲେ, ‘ଥରେ ଫରାହ ମୋତେ ଅନେକ ଅଭିଯୋଗ କରିଥିଲେ, ସେ କହିଥିଲେ ଯେ ଅଭିଷେକ ଏବଂ ଭିଭାନ ତାଙ୍କୁ ବହୁତ ହଇରାଣ କରୁଛନ୍ତି ଏବଂ ଚିଡାଉଛନ୍ତି । ବାରମ୍ବାର ତାଙ୍କ ଫଟୋକୁ ନେଇ ଟ୍ୱିଟରରେ ପକାଉଛନ୍ତି । ଏହା ଶୁଣି ମୁଁ କହିଥିଲି, ଯଦି ଅଭିଷେକ ଏବଂ ଭିଭାନ୍ ତୁମକୁ ବହୁତ ହଇରାଣ କରୁଛନ୍ତି, ତେବେ ତୁମେ ଯାଇ ସେମାନଙ୍କ ସହିତ କଥାବାର୍ତ୍ତା କର । କିନ୍ତୁ ଫରାହ କହିଥିଲେ ଯେ ସେ ଆଜି ବହୁତ ରାଗିଛନ୍ତି ଏବଂ ମୁଁ ଯାଇ ଉଭୟଙ୍କ ସହ କଥା ହେବା ଉଚିତ୍।


ଶାହାରୁଖ ଅମିତାଭଙ୍କୁ ଆହୁରି କହିଛନ୍ତି, ‘ତେଣୁ ମୁଁ ସେମାନଙ୍କ ପାଖରେ ପହଞ୍ଚିଲି ଏବଂ କହିବା ଆରମ୍ଭ କଲି ତା’ପରେ ମୋ ମନକୁ ଏହା ଆସିଲା ଯେ ଅଭିଷେକ ବଚ୍ଚନଙ୍କ ବାପା ଶ୍ରୀ ବଚ୍ଚନ ଏବଂ ଭିଭାନଙ୍କ ବାପା ହେଉଛନ୍ତି ଶ୍ରୀ ନାସିରୁଦ୍ଦିନ ଶାନ। ଯଦି ସେମାନଙ୍କ ବାପା ତାଙ୍କୁ ଶିଖାଇ ପାରିଲେ ନାହିଁ, ମୁଁ କଣ ତାଙ୍କୁ ଶିଖାଇବି ।

ଶାହାରୁଖ ଖାନଙ୍କୁ ଶେଷଥର ପାଇଁ ୨୦୧୮ ମସିହାରେ ଜିରୋ ଫିଲ୍ମରେ ଦେଖିବାକୁ ମିଳିଥିଲା ​​। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଆନନ୍ଦ ଏଲ ରାୟ। ଏହା ପରେ ଶାହାରୁଖ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଫିଲ୍ମରେ ଅଭିନୟ କରିନାହାଁନ୍ତି। ତେବେ ଖୁବ ଶୀଘ୍ର ଶାହାରୁଖ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ପଠାନରେ ନଜର ଆସିବେ। ଏହି ଫିଲ୍ମରେ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରାହାମ ନଜର ଆସିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ