ନୂଆଦିଲ୍ଲୀ, ୩୧/୦୭ : ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍ ରହିନଥାନ୍ତି । ପତ୍ନୀ ସାକ୍ଷୀ ହିଁ ପୋଷ୍ଟ କରି ଧୋନୀଙ୍କ ଫଟୋ ଓ ଭିଡିଓ ସେୟାର କରିଥାନ୍ତି ।ଗତ କିଛିଦିନ ତଳେ ବଲିଉଡ ଷ୍ଟାର ରଣବୀର ସିଂ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଧୋନୀଙ୍କ ସହ ଫଟୋ ପୋଷ୍ଟ କରିଥିଲେ । ସେହିଦିନ ରବୀନ ଉଥାପ୍ପାଙ୍କ ପତ୍ନୀ ଶୀତଲ ଗୌତମ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଧୋନୀଙ୍କ ସହ ଏକ ଫଟୋ ସେୟାର କରିଥିଲେ । ଯାହା ଭାଇରାଲ ହେବାରେ ଲାଗିଛି ।
ଏହି ଫଟୋରେ ଧୋନୀ ଅଲିଭ୍ ଗ୍ରୀନ୍ ରଙ୍ଗର ଏକ ସାର୍ଟ ପିନ୍ଧିଥିବା ନଜର ଆସିଥିଲେ । ତାଙ୍କ ପାଖରେ ସ୍ପୋର୍ଟସ୍ ପ୍ରେଜେଣ୍ଟର ତନଭି ଶାହ ଓ ଭାବନା ମଧ୍ୟ ନଜର ଆସିଛନ୍ତି । ଏହି ଫଟୋରେ ଶୀତଲ ଲେଖିଛନ୍ତି ଯେ, ଲାଇଟନିଂ ମ୍ୟାନ୍ ଧୋନୀଙ୍କ ସହ ହ୍ୟାଙ୍ଗ୍ ଆଉଟ୍ କରିବା ସଦାବେଳେ ଭଲ ଲାଗେ । ଧୋନୀଙ୍କ ମ୍ୟାଚକୁ ସେ ମିସ୍ କରୁଥିବା ମଧ୍ୟ ଲେଖିଛନ୍ତି । ଏହି ପୋଷ୍ଟରେ ସେ ଧୋନୀଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି ।
ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହଜାର ହଜାର ଲାଇକ୍ ଓ କମେଣ୍ଟ ଆସିଛି । ୟୁଜର ଏହା ଉପରେ ରିଆକ୍ସନ ମଧ୍ୟ ଦେଉଛନ୍ତି ।
ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଧୋନୀ ଏବେ ଅଧିକାଂଶ ସମୟ ବନ୍ଧୁ ଓ ପରିବାର ବର୍ଗଙ୍କ ସହ କାଟୁଛନ୍ତି । ତେବେ ଆଇପିଏଲ ୨୦୨୧ ସ୍ଥଗିତ ହେବା ପୂର୍ବରୁ ତାଙ୍କ ନେତୃତ୍ୱରେ ଚେନ୍ନାଇ ଦମଦାର୍ ପ୍ରଦର୍ଶନ କରିଥିଲା ।