ଖେଳ

ଟୋକିଓରେ କମାଲ: ଭାରତକୁ ମିଳିବ ଆଉ ଏକ ପଦକ, ସେମିରେ ସିନ୍ଧୁ

ଟୋକିଓ ୩୦/୭: ଟୋକିଓରେ କମାଲ କଲେ ପିଭି ସିନ୍ଧୁ । ସେମିଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ । ଫଳରେ ଭାରତକୁ ଆଉ ଏକ ପଦକ ମିଳିବା ଆଶା ଉଦ୍ଜୀବିତ ହୋଇଛି । ଏକ ଚମତ୍କାର ମ୍ୟାଚରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚିଙ୍କୁ ପରାସ୍ତ କରିଛନ୍ତି । ସିଧା ଖେଳରେ ୟାମାଗୁଚି ୨୧-୧୩, ୨୨-୨୦ରେ ପରାସ୍ତ ହୋଇଥିଲେ । ଏହି ସଂଗ୍ରାମ ୫୬ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ସିନ୍ଧୁ ଏହି ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ ପଦକଠାରୁ ଆଉ ଗୋଟିଏ ପାଦ ଦୂରରେ ଅଛନ୍ତି ।

ଆଜି ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନରେ ଆଜି ଭାରତୀୟ ଖେଳାଳି ନିଜର ଭର ପ୍ରଦର୍ଶନ ଦେଖାଇଛନ୍ତି । ମହିଳା ବକ୍ସର ଲୋଭଲିନା ବୋର୍ଗୋହେନ ଭାରତର ଆକାଉଣ୍ଟରେ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି । ସେ ୬୯ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଚାଇନାର ତାଇପେଇର ନିନ୍ ଚିନ୍ ଚେନଙ୍କୁ ୪-୧ରେ ପରାସ୍ତ କରିଛନ୍ତି । ଏହି ବିଜୟ ସହିତ ଲୋଭଲିନା ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥି ସହିତ ଧନୁର୍ଦ୍ଧର ଦୀପିକା କୁମାରୀ ମହିଳା ବ୍ୟକ୍ତିଗତ କ୍ୱାର୍ଟର ଫାଇନାଲ ମ୍ୟାଚ୍ ହାରିବା ପରେ ଆଉଟ୍ ହୋଇଛନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ