ମନୋରଞ୍ଜନ

ସନ୍ତୁଙ୍କ ହାତରେ ‘ରଘୁ’

ମାୟାନଗରୀ ମୁମ୍ବାଇରେ ଏକ ୱେବ୍ ସିରିଜ୍‌ର ନିର୍ଦ୍ଦେଶନା ଦାୟିତ୍ବ ଓଡ଼ିଆ ନିର୍ଦ୍ଦେଶକ ସନ୍ତୁଙ୍କୁ ମିଳିଛି। ସନ୍ତୁଙ୍କ ପୂରାନାମ ସନ୍ତୋଷ ବିଶୋୟୀ। ଓଟିଟି ପ୍ଲାଟ୍‌ଫର୍ମରେ ପ୍ରସାରିତ ହେବାକୁ ଥିବା ଏହି ୱେବ୍ ସିରିଜ୍‌ର ଟାଇଟଲ୍ ରହିଛି ‘ରଘୁ ଇନ୍ ମୁମ୍ବାଇ’। ମୁମ୍ବାଇରେ ଏଭଳି ନିର୍ଦ୍ଦେଶନା ସୁଯୋଗ ସମ୍ଭବତଃ ପ୍ରଥମ ଥର ପାଇଁ ସନ୍ତୋଷଙ୍କ ଭଳି ଜଣେ ଓଡ଼ିଆ ପୁଅ ପାଇଛନ୍ତି। ଜାଫର୍ ଫିଲ୍ମସ୍ ପ୍ରଡକ୍ସନ୍ ହାଉସ୍ ଏହି ୱେବ୍ ସିରିଜ୍‌ ପ୍ରଯୋଜନା କରୁଛି।

ଏହାର ଅନ୍ୟୂନ ୧୦ଟି ଏପିସୋଡ୍‌ର ନିର୍ଦ୍ଦେଶନା ଦେବାକୁ ପ୍ରଯୋଜନା ସଂସ୍ଥା ସନ୍ତୋଷଙ୍କ ସହ ଚୁକ୍ତି କରିଛି। ପ୍ରତିଟି ଏପିସୋଡ୍‌ର ଅବଧି ରହିଛି ୨୫ ମିନିଟ୍। ଏସବୁ ଏପିସୋଡ୍ ଡନ୍ ସିନେମା ମାଧ୍ୟମରେ ଓଟିଟି ପ୍ଲାଟ୍‌ଫର୍ମରେ ଖୁବଶୀଘ୍ର ପ୍ରଦର୍ଶିତ ହେବ ବୋଲି ମିଡିଆ ପ୍ଲାନର୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଇମିନି ରାୱତ୍ ଓ ଅଲ୍ଲୀ ସାକିବ୍। ଏଇ ୱେବ୍‌ ସିରିଜ୍‌‌ରେ ମଧ୍ୟ ଚିତ୍ରୋତ୍ତୋଳନର ସୁଯୋଗ ପାଇଛନ୍ତି ଓଡ଼ିଆ ସିନେମାଟୋଗ୍ରାଫର୍ ବିଶ୍ବନାଥ ପଟ୍ଟନାୟକ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ