ଦେଶ ବିଦେଶ ଧର୍ମ

ଗ୍ରହ-ନକ୍ଷତ୍ରଙ୍କ ଗତିବିଧି ହେତୁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ ମା’ ଲକ୍ଷ୍ମୀଙ୍କ କୃପା, ଆର୍ଥିକ ସ୍ଥିତି ହେବ ମଜବୁତ

ନୂଆଦିଲ୍ଲୀ ୨୮/୦୭ : ଅନେକ ବଡ ଗ୍ରହ ଅଗଷ୍ଟରେ ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗ୍ରହ-ନକ୍ଷତ୍ରଗୁଡିକର ଗତିବିଧି ହେତୁ କିଛି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି । ଏହି ମାସରେ କିଛି ରାଶିର ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ । ଜ୍ୟୋତିଷଙ୍କ ଅନୁଯାୟୀ ଅଗଷ୍ଟ ମାସ ଆର୍ଥିକ ଦୃଷ୍ଟିରୁ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ଚାଲନ୍ତୁ ଜାଣିବା କେଉଁ ରାଶି ଗୁଡିକର ଅଗଷ୍ଟରେ ଶୁଭ ହେବାକୁ ଯାଉଛି ।

ମେଷ – ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମେଷ ରାଶିର ବ୍ୟକ୍ତିଙ୍କୁ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ। ଆର୍ଥିକ ସ୍ଥିତି ଦୃଢ ହେବା ସହିତ କାରବାର ସହ ଜଡିତ ମାମଲାରେ ଲାଭ ହେବ । ଖର୍ଚ୍ଚ କମ୍ ହେବ । ଏହି ମାସରେ ଧନ ସଞ୍ଚୟ ହେବାର ଯୋଗ ରହିବ ।

ସିଂହ- ଅଗଷ୍ଟ ମାସ ସିଂହ ରାଶିର ଲୋକଙ୍କ ପାଇଁ ଅର୍ଥନନୈତିକ କ୍ଷେତ୍ରରେ ଶୁଭ ଆଣିବ । ଏହି ସମୟରେ ନୂତନ ଘର କିମ୍ବା ଜମି କିଣିବାର ଯୋଗ ହେବ । ଏହି ସମୟ କାରବାର ପାଇଁ ମଧ୍ୟ ଶୁଭ ହେବ । ତଥାପି, ଧନ ସମ୍ବନ୍ଧୀୟ ବିଷୟରେ ଭଲ ଭାବରେ ଚିନ୍ତା କରିବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ।

କନ୍ୟା- ଅଗଷ୍ଟ ମାସ ଆର୍ଥିକ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ନୂତନ ଘର କିମ୍ବା ଯାନ କିଣିବାର ଯୋଗ ରହିବ । ଧନ ଲାଭର ଯୋଗ ରହିବ । ଏହି ସମୟ ମଧ୍ୟରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ ।

ତୁଳା- ତୁଳା ରାଶିର ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଏହି ସମୟ ବିନିଯୋଗ ପାଇଁ ଶୁଭ ହେବ । କାରବାର ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ଲାଭ ମିଳିବ ।

ବିଛା- ଏହି ରାଶିର ଲୋକଙ୍କ ପାଇଁ ସମୟ ଶୁଭ ରହିବ । ଆର୍ଥିକ ପକ୍ଷ ମଜବୁତ ରହିବ । ଧନ ଲାଭର ଯୋଗ ରହିବ । କମ୍ ଖର୍ଚ୍ଚ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ