ମନୋରଞ୍ଜନ

ସିନେମାଘରେ ରିଲିଜ୍ ହେବ ସୁଶାନ୍ତଙ୍କ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ୍’, ପ୍ରତିବନ୍ଧକ ଲଗାଇବାକୁ ହାଇକୋର୍ଟ କଲେ ମନା

ନୂଆଦିଲ୍ଲୀ ୨୮/୦୭ : ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ୍’କୁ ସିନେମା ଘରେ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ପୁଣି ଥରେ ମନା କରି ଦେଇଛନ୍ତି। ଆଡଭୋକେଟ୍ ବିକାଶ ସିଂ ଏହି ନିଦେ୍ର୍ଦଶ ପାଇଁ ଲଢିଥିଲେ ମଧ୍ୟ ଜଜ୍ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କୁ କୌଣସି ରିଲିଫ୍ ଦିଆଯାଇ ନାହିଁ ତେଣୁ ଫିଲ୍ମ ରିଲିଜ୍ ପାଇଁ ପ୍ରସ୍ତୁତ।

‘ନ୍ୟାୟ ଦ ଜଷ୍ଟିସ୍’କୁ ଦିଲୀପ ଗୁଲାଟି ରଚନା ତଥା ନିର୍ଦ୍ଦେଶନା ଦେଇଥିବା ବେଳେ ସରଲା ଏ ସରାବଗୀ ଏବଂ ରାହୁଲ ଶର୍ମାଙ୍କ ଦ୍ୱାରା ନିର୍ମିତ ହୋଇଛି । ନିର୍ମାତା ରାହୁଲ ଶର୍ମା କହିଛନ୍ତି, “ଆମର ବିଶ୍ୱାସ ଥିଲା ଯେ ବ୍ୟବସ୍ଥା ମାଧ୍ୟମରେ ନ୍ୟାୟ କରାଯିବ ଏବଂ ଆମେ ଏହି ରାୟରେ ବହୁତ ଖୁସି। ଆମେ ସବୁବେଳେ ଉଲ୍ଲେଖ କରିଛୁ ଯେ ଏହି ଫିଲ୍ମ ଟଙ୍କା ରୋଜଗାର କରିବା ପାଇଁ ତିଆରି କରାଯାଉ ନାହିଁ, କିନ୍ତୁ ଆମେ ଚାହୁଁଥିଲୁ ସତ୍ୟ ସାମ୍ନାକୁ ଆସୁ ଏବଂ ନ୍ୟାୟ ପ୍ରଦାନ କରାଯାଉ ।”

ସେ ଆହୁରି କହିଛନ୍ତି, ସିନେମାଘର ଖୋଲିବା ପରେ ଫିଲ୍ମ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଜୁବେର ଖାନ ଏବଂ ଶ୍ରେୟା ଶୁକ୍ଲା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଇଡି ମୁଖ୍ୟ ଭାବରେ ଅମନ ଭର୍ମା ଅଛନ୍ତି। ମହିନ୍ଦର ସିଂଙ୍କ ବାପାଙ୍କ ରୂପରେ ଅସରାନୀ ଥିବାବେଳେ ଏନସିବି ମୁଖ୍ୟ ଭାବରେ ଶକ୍ତି କପୁର ଅଛନ୍ତି। ଏହା ବ୍ୟତୀତ ଏହି ଫିଲ୍ମରେ କିରଣ କୁମାର ମହିନ୍ଦରଙ୍କ ବାପାଙ୍କ ଓକିଲ, ଅନନ୍ତ ଜୋଗ ମୁମ୍ବାଇ ପୋଲିସ କମିଶନର, ଅନୱର ଫତେହାନ ବିହାର ପୋଲିସ କମିଶନର ଏବଂ ସୁଧା ଚନ୍ଦ୍ରନ ସିବିଆଇ ମୁଖ୍ୟ ଭାବରେ ଅଭିନୟ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ