ଖେଳ ଦେଶ ବିଦେଶ

ପରଲୋକରେ ଭାରତର ମହାନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର, କ୍ରୀଡା ଜଗତରେ ଶୋକ

ନୂଆଦିଲ୍ଲୀ ୨୮/୭ : ଭାରତର ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ଦେହାନ୍ତ । ସେ ୮୮ ବର୍ଷ ବୟସରେ ଦୁନିଆରୁ ନେଇଛନ୍ତି ବିଦାୟ । ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବା ନନ୍ଦୁ ଭାରତର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି ଥିଲେ । ସେ ୧୯୫୬ ମସିହାରେ ଏହି ସଫଳତା ହାସଲ କରିଥିଲେ । ତାଙ୍କ ମୃତ୍ୟୁ ପରେ କ୍ରୀଡ଼ା ଜଗତରେ ଶୋକର ଲହରୀ ଖେଳିଯାଇଛି । ନନ୍ଦୁ ନାଟେକର ତାଙ୍କ ବ୍ୟାଡମିଣ୍ଟନ କ୍ୟାରିୟରରେ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ।

ଏହା ବ୍ୟତୀତ ସେ ୬ ଥର ଜାତୀୟ ଚାମ୍ପିୟନଶିପ ଟାଇଟଲ ଜିତିଥିଲେ । ତାଙ୍କୁ ୧୯୬୧ମସିହାରେ ଅର୍ଜୁନ ପୁରସ୍କାର ପାଇଥିଲେ । ସେ ଏହି ପୁରସ୍କାର ଗ୍ରହଣ କରିଥିବା ଭାରତର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି ଥିଲେ । ନନ୍ଦୁ ପ୍ରଥମ କ୍ରିକେଟର ହେବାକୁ ଚାହୁଁଥିଲେ । ଏଥିପାଇଁ ସେ କ୍ରିକେଟ୍ ମଧ୍ୟ ଖେଳିଥିଲେ । କିନ୍ତୁ ତାଙ୍କ ମନ କ୍ରିକେଟ୍ ରେ ନଥିଲା । ଏହା ପରେ ନନ୍ଦୁ ବ୍ୟାଡମିଣ୍ଟନ ପ୍ରତି ଧ୍ୟାନ ଦେଇଥିଲେ । ଏହା ପରେ ସେ ବ୍ୟାଡମିଣ୍ଟନରେ ଏକ ନୂତନ ସ୍ଥାନ ହାସଲ କରିଥିଲେ ।

ସେ ୧୯୫୩ ମସିହାରେ ୨୦ ବର୍ଷ ବୟସରେ ଭାରତ ପାଇଁ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ସେ ତାଙ୍କ ବ୍ୟାଡମିଣ୍ଟନ କ୍ୟାରିୟରରେ ଅନେକ ସଫଳତା ହାସଲ କରିଥିଲେ । ସେ ୧୯୫୪ ମସିହାରେ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ । ଏହା ପରେ ସେ ଆଉ ଏହି ପ୍ରତିଯୋଗିତାରେ ଭାଗ ନେଇନଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ