ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଯନ୍ତ୍ରଣାରେ ଛଟପଟ ବୃଦ୍ଧ ଦମ୍ପତି: ସ୍ବାମୀ କର୍କଟ ରୋଗରେ ଆକ୍ରାନ୍ତ, ସ୍ତ୍ରୀ ପକ୍ଷାଘାତ ରୋଗରେ, ଡାକ୍ତର କହିଲେ…

ବ୍ରହ୍ମଗିରି୫/୧୧: ଅବହେଳିତ ହୋଇ ପଡି ରହିଛନ୍ତି ବୃଦ୍ଧ ଦମ୍ପତି। ସ୍ତ୍ରୀ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିବାବେଳେ ସ୍ବାମୀ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ରହିଛନ୍ତି। ଦୁଇଜଣ ରୋଗରେ ଆକ୍ରାନ୍ତ, ହେଲେ କିଏ କାହାର ସେବା କରିବା ପାଇଁ ସମର୍ଥ ନୁହେଁ। ଚିକିତ୍ସା ହେବା ପାଇଁ ପାଖରେ ନା ଅଛି ଲୋକ ବଳ ନା ଅଛି ଅର୍ଥ ବଳ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସରକାରଙ୍କ ସାହାଯ୍ୟକୁ ଚାହିଁ ବସିଛନ୍ତି ସ୍ବାମୀ-ସ୍ତ୍ରୀ।


ଅନ୍ୟପଟରେ ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳୁନାହଁ। ଆମେ କହୁଛୁ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଗୋପୀନାଥପୁର ପଞ୍ଚାୟତ ଗୋପୀନାଥପୁର ଗ୍ରାମର ପ୍ରଶନ୍ନ ବେହେରା ଏବଂ ତାଙ୍କ ପତ୍ନୀ ସୁଲୋଚନା ବେହେରାଙ୍କ କଥା।

ଅଭାବ ଅସୁବିଧା ଭିତରେ ତିନି ଝିଅଙ୍କୁ ବାହା ଦେବା ପରେ ଏବେ ଦୁଃଖକଷ୍ଟରେ ଜୀବନ କାଟୁଛନ୍ତି ସ୍ବାମୀ-ସ୍ତ୍ରୀ। ପ୍ରସନ୍ନଙ୍କୁ ଯାହା ଭତ୍ତା ଟଙ୍କା ମିଳେ ସେଥିରେ ଦୁଃଖକଷ୍ଟରେ ସ୍ବାମୀ-ସ୍ତ୍ରୀ ଚଳିଯାଇଛନ୍ତି। କିନ୍ତୁ ପ୍ରସନ୍ନ ଏବେ କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି। ପରିବାର କହିଲେ, ୩ ଝିଅ। ପୁଣି ସେମାନଙ୍କ ବାହାଘର ହୋଇସାରିଛି। ସେମାନଙ୍କ ପାଖରେ ସେତିକି ଟଙ୍କା ନାହିଁ, ଯେଉଁଥିରେ ସେ ଚିକିତ୍ସା ହୋଇପାରିବେ। ବୃଦ୍ଧ ଦମ୍ପତିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ବୋଲି ସମାଜସେବୀ ଏବଂ ଗ୍ରାମବାସୀ ଦାବି କରିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ, ଅପରେସନ ପାଇଁ ବହୁତ ଟଙ୍କା ଲାଗିବ। ତେଣୁ ସରକାରୀ ସୁବିଧା ସେମାନଙ୍କୁ ଯୋଗାଇ ଦିଆଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ