ମନୋରଞ୍ଜନ

ଫୁଲମାଳ ଧରି ଦୌଡୁଥିଲେ ବର: କନିଆ ଦେଲାନି ଧରା, ଚାଲିଲା କବାଡି ଖେଳ

ନୂଆଦିଲ୍ଲୀ ୨୬/୭: ଆଣ ହିନ୍ଦୁ ଧର୍ମରେ ବିବାହକୁ ନେଇ ଅନେକ ପରମ୍ପରା ରହିଛି । ବିବାହ ସମୟରେ ଫୁଲମାଳ ସହ ଦିଆଯିବାର ପ୍ରଥା ରହିଛି । ବେଦୀରେ ଉଭୟ ବର କନ୍ୟା ପରସ୍ପରକୁ ମାଳ ଦେଇ ସାତ ଜନମର ସାଥୀ ହେବାର ନିଷ୍ପତ୍ତି ନେଇଥାନ୍ତି । ତେବେ ବରମାଳ ଦେବା ସମୟରେ କନିଆ ଧରାଦେଉନଥିବା ଘଟଣା କେବେ କେହି ଦେଖିନଥିବେ ।

ମଜାଦାର ଭିଡିଓ ଭାଇରାଲ ହେବାକୁ ଯାଉଛି ଯେଉଁଥିରେ ବର ଏବଂ କନ୍ୟା ପରସ୍ପରକୁ ମାଳ ପିନ୍ଧିବାକୁ ଯାଉଛନ୍ତି । କିନ୍ତୁ ପୁଅଟି ଯେତେବେଳେ ଝିଅ ବେକରେ ମାଳ ପିନ୍ଧାଉବାକୁ ଯାଉଛନ୍ତି ସେତେବେଳେ କନ୍ୟା ଜଣଙ୍କ ସେଠାରୁ ଛୁ ମାରୁଛନ୍ତି । ଫଳରେ ମଣ୍ଡପ ଚାରିପଟେ ବର କନିଆ କବାଡି ଖେଳିବାରେ ମଜ୍ଜି ଯାଉଛନ୍ତି । ଆଉ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ ।

ଭିଡିଓଟିକୁ ଜଣେ ୟୁଜର ତାଙ୍କ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଯାହାକୁ ଦେଖିବା ପରେ ସମସ୍ତେ ତାଜୁବ ହୋଇଯାଉଛନ୍ତି । ଭିଡଓଟିରେ ଆହୁରି ମଧ୍ୟ ଦେଖିବାକୁ ମିଳୁଛି ଯ, ବିବାହରେ ଉପସ୍ଥିତ ଥିବା ବନ୍ଧୁ ପରିଜନ ବି ଏହି ଦୃଶ୍ୟର ଭରପୁର ମଜା ନେଉଛନ୍ତି । ଯଦିଓ ଏହି ଭିଡିଓଟି କେଉଁଠିକାର ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଲୋକେ ଏହାର ବହୁତ ମଜା ନେଉଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ