ଖେଳ

ଭାରତକୁ ବଡ ଝଟକା: ଇଂଲଣ୍ଡ ଗସ୍ତରୁ ବାଦ୍ ପଡିଲେ ଓ୍ଵାଶିଂଟନ ସୁନ୍ଦର, ଦଳ ହରାଇଲା ୩ ଖେଳାଳି

ନୂଆଦିଲ୍ଲୀ ୨୨।୦୭: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଅଗଷ୍ଟ ୪ରୁ ଆରମ୍ଭ ହେବାକୁ ଯାଉଛି। ମାତ୍ର ଏହା ପୂର୍ବରୁ ଭାରତୀୟ ଦଳକୁ ଲାଗିଲା ଜୋରଦାର ଝଟକା। ସିରିଜ୍ ପୂର୍ବରୁ ଦଳରୁ ବାହାରିଗଲେ ତିନି ଖେଳାଳି। ଶୁବମାନ ଗିଲ୍ ଓ ଅଭେଶ ଖାନଙ୍କ ପରେ ଦଳରୁ ବାଦ୍ ପଡିଲେ ଓ୍ଵାଶିଂଟନ ସୁନ୍ଦର। ଆହତ ଜନିତ ସମସ୍ୟା କାରଣରୁ ସିରିଜ୍‌ରୁ ବାହାରି ଯାଇଛନ୍ତି ସୁନ୍ଦର। ଓ୍ଵାଶିଂଟନ ସୁନ୍ଦର ଓ ଅଭେଶ ଖାନ ଡରହମରେ ଅଭ୍ୟାସ୍ ମ୍ୟାଚ୍ ଖେଳୁଥିଲେ। ଦୁଇ ଖେଳାଳି କାଉଣ୍ଟି ଏକାଦଶ ପକ୍ଷରୁ ମ୍ୟାଚ୍ ଖେଳୁଥିଲେ। ମାତ୍ର ଆଙ୍ଗୁଠିରେ ଆଘାତ ଲାଗିବାରୁ ସୁନ୍ଦର ଓ ଅଭେଶ ଉଭୟ ଇଂଲଣ୍ଡ ଗସ୍ତରୁ ବାହାରି ଯାଇଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଓ୍ଵାଶିଂଟନ ସୁନ୍ଦରଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ହେଲେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ସେ କେବେ ଆହତ ହେଲେ ଏବଂ ତାଙ୍କ ଆଘାତ କେତେ ଗମ୍ଭୀର ରହିଛି। କାଉଣ୍ଟି ଏକାଦଶ ପକ୍ଷରୁ ଖେଳି ଓ୍ଵାଶିଂଟନ ସୁନ୍ଦର ମାତ୍ର ଏକ ରନ କରି ପାରିଥିଲେ। ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସୁନ୍ଦର ମହମ୍ମଦ ସିରାଜଙ୍କ ବାଉନ୍ସର ଶିକାର ହୋଇଥିଲେ।

ସୁନ୍ଦର ଇଂଲଣ୍ଡ ଗସ୍ତରୁ ବାହାରି ଯିବା ଭାରତୀୟ ଦଳ ପାଇଁ ବଡ ଝଟକା। ସୁନ୍ଦର ବୋଲର ସହିତ ଜଣେ କଳାତ୍ମକ ବ୍ୟାଟସମ୍ୟାନ। ଅଷ୍ଟ୍ରେଲିଆ ଗସ୍ତରେ ଗାବା ଟେଷ୍ଟରେ ୬୨ ରନର ଇନିଂସ ଖେଳି ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଏହା ପରେ ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ୯୦.୫୦ ହାରରେ ୧୮୧ ରନ କରିଥିଲେ। ସ୍ପଷ୍ଟ ଯେ, ନିମ୍ନ କ୍ରମରେ ଓ୍ଵାଶିଂଟନ ସୁନ୍ଦର ଗୁରୁତ୍ଵପୂର୍ଣ୍ଣ ଖେଳାଳି ସାବ୍ୟସ୍ତ ହୋଇଥାନ୍ତେ।

କଣ ଇଂଲଣ୍ଡ ଯିବେ ତିନି ଖେଳାଳି

ସୂଚନାଯୋଗ୍ୟ, ଶୁବମାନ ଗିଲ୍‌ ପୂର୍ବରୁ ଇଂଲଣ୍ଡ ଗସ୍ତରୁ ବାହାରି ସାରିଛନ୍ତି। ସେ ସ୍ଵଦେଶ ଫେରି ଆସିଛନ୍ତି। ବିସିସିଆଇ ଗିଲ୍‌ଙ୍କ ବଦଳ ଖେଳାଳି ପଠାଇବାକୁ ମନା କରି ଦେଇଥିଲା। ହେଲେ ଏବେ ଆଉ ଦୁଇ ଜଣ ଖେଳାଳି ବାଦ୍ ପଡିବା ପରେ କଣ ବିସିସିଆଇ ଇଂଲଣ୍ଡକୁ ତିନି ଖେଳାଳି ପଠାଇବ ତାହା ଦେଖିବା ବାକି ରହିଲା।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ