ଖେଳ

ଆସନ୍ତାକାଲି ତୃତୀୟ ଦିନିକିଆ, ଶ୍ରୀଲଙ୍କାରେ କ୍ଲିନ୍ ସୁଇପ୍‌ କଲେ ତୃତୀୟ ସ୍ଥାନରେ ପହଞ୍ଚିବ ଭାରତ

ନୂଆଦିଲ୍ଲୀ ୨୨।୦୭: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍‌ର ଦିନିକିଆ ସିରିଜ୍‌ର ଅନ୍ତିମ ମୁକାବିଲା ଶୁକ୍ରବାର ଖେଳାଯିବ। ଯଦି ଏହି ମ୍ୟାଚ୍‌ରେ ଭାରତ ଶ୍ରୀଲଙ୍କାକୁ ହରାଇ ଦିଏ ତେବେ ସିରିଜ୍ ୩-୦ରେ କ୍ଲିନ୍ ସୁଇପ୍ କରିବା ସହ ଆଇସିସି ଦିନିକିଆ ମାନ୍ୟତାରେ ତୃତୀୟ ସ୍ଥାନକୁ ଉଠିବ।

ଭାରତ ବର୍ତ୍ତମାନ ଆଇସିସି ଦିନିକିଆ ମାନ୍ୟତାରେ ୧୧୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ୧୧୮ ପଏଣ୍ଟ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଏବେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ ଖେଳୁଛି। ଏହି ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଯଦି ଓ୍ଵେଷ୍ଟଇଣ୍ଡିଜ୍‌ ଅଷ୍ଟ୍ରେଲିଆକୁ ହରାଇଦିଏ ତେବେ ଭାରତ ମାନ୍ୟତାର ତୃତୀୟ ସ୍ଥାନକୁ ଉନ୍ନିତ ହେବ ଏବଂ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନକୁ ଖସି ଆସିବ।

ଏହି ସିରିଜ୍‌ରେ ଭାରତର ଅଧିନାୟକ ଦାୟିତ୍ଵ ସମ୍ଭାଳୁଥିବା ଶିଖର ଧାଓ୍ଵନ ଭଲ ଫର୍ମରେ ଅଛନ୍ତି କ୍ରମାଗତ ରନ କରୁଛନ୍ତି। ଏହି କାରଣରୁ ତାଙ୍କର ମାନ୍ୟତାରେ ଫାଇଦା ହୋଇଛି। ସେ ୧୬ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ଟିମ୍ ଯେଉଁଭଳି ଫର୍ମରେ ଅଛି ଦଳ ତୃତୀୟ ମ୍ୟାଚ୍ ଜିତି କ୍ଲିନ୍ ସୁଇପ୍ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଧାଓ୍ଵନ କଲୋମ୍ବୋରେ ଖେଳାଯାଉଥିବା ତିନି ମ୍ୟାଚ୍‌ର ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଅପରାଜିତ ୮୬ ରନ କରିଥିଲେ। ଏହି ଇନିଂସ ଦମରେ ତାଙ୍କର ରେଟିଂ ପଏଣ୍ଟ ୭୧୨ରେ ପହଞ୍ଚିଛି। ସେ ଦୁଇଟି ସ୍ଥାନ ଉପରକୁ ଉଠି ୧୬ମରେ ପହଞ୍ଚିଛନ୍ତି। କୋହଲିଙ୍କ ରେଟିଂ ପଏଣ୍ଟ ୮୪୮ ରହିଛି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ