ମନୋରଞ୍ଜନ

ସମ୍ବିତଙ୍କର ଅଧାରେ ଅଟକିଥିବା ଓଡ଼ିଆ ସିନେମା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ସମ୍ବିତଙ୍କର କେତୋଟି ଓଡ଼ିଆ ସିନେମା ଅଟିକି ରହିଛି। ଏଥି ମଧ୍ୟରୁ କାହାର ଅଧାଅଧି ସୁଟିଂ ସରିଥିବା ବେଳେ ଆଉ କାହାର ମହୁରତ୍ ସରିଛି, ମାତ୍ର ସୁଟିଂ ଆରମ୍ଭ ହୋଇପାରିନାହିଁ। ଆସନ୍ତୁ ଜାଣିବା ସେସବୁ ଫିଲ୍ମଗୁଡ଼ିକ କଣ କଣ।

ସମ୍ବିତ ‘ପ୍ରେମ ଓ୍ବେଡ୍‌ସ ପ୍ରିୟା’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିବା ପରେ କେବେ ବି ଅଟକି ନାହାନ୍ତି। ତେବେ ସମ୍ବିତଙ୍କର ଅଧାରେ ଅଟକିଥିବା ଏକ ସିନେମା ହେଲା ‘ଯୋଉଠି ଥିଲେ ବି ତୁ ମୋ’ର’। ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଫିଲ୍ମରେ ରୀୟା ଓ ଆର୍ଯ୍ୟନ କୁମାରଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ ସମ୍ବିତ। ଏହାର ଅଧାରୁ ଅଧିକ ସୁଟିଂ ସରିଛି। ଏହା ଛଡ଼ା ଅଧାରେ ଅଟକି ଥିବା ସମ୍ବିତଙ୍କ ଏକ ଓଡ଼ିଆ ସିନେମା ହେଲା ‘ବିଶ୍ୱନାଥ’। ଏଥିରେ ସମ୍ଭାବନା ଅଛନ୍ତି ନାୟିକା ଭୂମିକାରେ। ଏହି ସିନେମାର ବି ସୁଟିଂ ସରିଛି।


ଠିକ୍ ସେହିପରି ସମ୍ବିତଙ୍କର ଦୁଇଟି ସିନେମାର ସୁଟିଂ ଆରମ୍ଭ ହୋଇପାରିନି। ଏଥିମଧ୍ୟରୁ ଗୋଟିଏ ହେଲା ‘ଓ୍ଵାଇଫ୍‌ ଇଜ୍‌ ମାଇଁ ଲାଇଫ୍‌’ ଓ ଅନ୍ୟଟି ‘ଫିଲ୍‌ ମାଇଁ ଦିଲ୍‌’। ପ୍ରଥମଟିର ନିର୍ଦ୍ଦେଶକ ହେଲେ ନିରଂଜନ ବେହେରା ଓ ଅନ୍ୟଟିର ଶୈଳେନ୍ଦ୍ର ମିଶ୍ର (ବାବି)। ‘ଓ୍ଵାଇଫ୍‌ ଇଜ୍‌ ମାଇଁ ଲାଇଫ୍‌’ରେ ଏଲସା ଓ ଦିବ୍ୟାଦିଶାଙ୍କୁ ନାୟିକା ଭୂମିକାରେ ନିଆଯାଇଥିଲା। ମହୁରତ୍ ପରେ ଏହାର ସୁଟିଂ ଆରମ୍ଭ ହୋଇନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ