ମନୋରଞ୍ଜନ

PLAN_A ପରେ PLAN_B ପ୍ରସ୍ତୁତ କରୁଥିଲେ କୁନ୍ଦ୍ରା : ପର୍ଣ୍ଣ ଦୁନିଆରେ କରିଥାନ୍ତେ ରାଜ୍

ମୁମ୍ୱାଇ ୨୧/୭ : ବଢୁଛି ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ । ରାଜ କୁନ୍ଦ୍ରାଙ୍କ ବିରୋଧରେ ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି । ମୁମ୍ବାଇ କ୍ରାଇମ ଶାଖାର ପ୍ରପର୍ଟି ସେଲ ଦ୍ୱାରା ଗିରଫ ହେବା ପରେ ଏବେ ଖୋଲିବାରେ ଲାଗିଛି ଗୁମର । ଆଗକୁ ବିପଦର ପୂର୍ବାନୁମାନ କରିସାରିଥିଲେ ବୋଧେ କୁନ୍ଦ୍ରା । ସେ ବୋଧହୁଏ ଜାଣିଥିଲେ ଯେ ଆଗାମୀ ଦିନରେ ସେ ଭାରତୀୟ ଅନୁସନ୍ଧାନ ଏଜେନ୍ସିର ରାଡାରକୁ ଆସିପାରନ୍ତି । ସେହି କାରଣରୁ କୁନ୍ଦ୍ରା ଯୋଜନା B କରିଥିଲେ ।

Plan B ଜରିଆରେ ରଚିଥିଲେ ଯୋଜନା । କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ହ୍ୱାଟସ୍ ଆପ୍ ଚାଟରୁ ଏହି ଯୋଜନା ବିଷୟରେ ଜଣାପଡିଛି । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା କୁନ୍ଦ୍ରାଙ୍କ ପୂର୍ବତନ PA ଉମେଶ କାମାତଙ୍କ ମୋବାଇଲ୍ ଯାଞ୍ଚ କରାଯାଇଥିଲା । ତାଙ୍କଠାରୁ ଏହିପରି ଅନେକ ଚାଟ୍ ମିଳିଛି । ଯୋଜନା “B” ବିଷୟରେ ତାଙ୍କ ନିକଟରୁ ସବିଶେଷ ତଥ୍ୟ ପ୍ରକାଶ ପାଇଛି ।

ବାସ୍ତବରେ ଏହି ଯୋଜନାର ନାମ “ବି” ଅର୍ଥାତ୍ ବୋଲିଫେମ୍ । ଯୋଜନା ରାଜ କୁନ୍ଦ୍ରାଙ୍କ ଦ୍ୱାରା କରାଯାଇଥିଲା । ଯାହା ଦ୍ୱାରା ସେ ପର୍ଣ୍ଣ ଇଣ୍ଡଷ୍ଟ୍ରିକୁ ଏକ ନୂଆ ଦିଗକୁ ନେଇପାରିବେ । ଏହି ସମୟରେ, କାମାତ୍ ଏବଂ ରାଜ କୁନ୍ଦ୍ରାଙ୍କର ଆଉ ଏକ ଚାଟ୍ ସାମ୍ନାକୁ ଆସିଥିଲା । ​​ଯେଉଁଥିରେ ରାଜ କୁନ୍ଦ୍ରା କାମାତଙ୍କୁ ଏକ ଖବର ପ୍ରବନ୍ଧ ପଠାଇଥିଲେ । ଏଥିରେ ଲେଖାଥିଲା ଯେ, ୭ OTTରେ ଅଶ୍ଳୀଳ ଭିଡିଓ ପ୍ରସାରଣ ନେଇ ୭ OTT ମାଲିକଙ୍କୁ ସମନ ଜାରି କରାଯାଇଛି ।

ଚାର୍ଟିଂରେ ଗୋଟିଏ ସ୍ଥାନରେ କୁହାଯାଇଛି ଯେ, ଆଗାମୀ ଭବିଷ୍ୟତ କେବଳ କଣ୍ଟେଣ୍ଟ । ସ୍କ୍ରିନ ରେକର୍ଡିଂ ସମ୍ଭବ ନ ଥିବାରୁ ଏବେ ଏହା ସମ୍ଭବ ହୋଇପାରୁନି । କ୍ରାଇମ ବ୍ରାଞ୍ଚ ସୂତ୍ରରୁ ପ୍ରକାଶ ଯେ କୁନ୍ଦ୍ରା ପର୍ଣ୍ଣର ସୁଟିଂ ବନ୍ଦ କରିବାକୁ ଏବଂ ମଡେଲ ଏବଂ ଅଭିନେତ୍ରୀମାନଙ୍କ ଠାରୁ ଲାଇଭ୍ ଷ୍ଟ୍ରିମିଂ କରିବାକୁ ପ୍ରସ୍ତୁତ ହେଉଥିଲେ । ଲାଇଭ୍ ଷ୍ଟ୍ରିଙ୍ଗ୍ ବୋଲିଫେମରେ ଏହା କରିବାକୁ ଯାଉଥିଲେ । ହେଲେ ତା ପୂର୍ବରୁ ଗିରଫ ହୋଇଗଲେ ରାଜ୍ ଆଉ ଖୋଲିଗଲା କୁନ୍ଦ୍ରାଙ୍କ ଡାର୍ଟି ଇମେଜ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ