ଦେଶ ବିଦେଶ ମନୋରଞ୍ଜନ

ଅନ୍ତର୍ଜାତୀୟ ଚଳଚ୍ଚିତ୍ରରେ ନାୟକ ହେଲେ ବରଗଡ଼ର ଜଗନ୍ନାଥ

ସମ୍ବଲପୁର : ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ଚଳଚ୍ଚିତ୍ରରେ ନାୟକ ଭାବେ ଅଭିନୟର ଯାଦୁ ଦେଖାଇ ସ୍ଥାନୀୟ ଅଞ୍ଚଳ ତଥା ପୂରା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବରଗଡ଼ ଜିଲ୍ଲା ପଦମ୍‌ପୁର ମହୁଲପାଲିର ଜଗନ୍ନାଥ ସେଠ୍‌। ଆସାମର ସେମ୍‌ଖୋର୍ ପାହାଡ଼ ନାମରେ ଆଦିବାସୀଙ୍କ ଜୀବନଶୈଳୀ ଉପରେ ଏହି ଫିଲ୍ମଟି ନିର୍ମାଣ ହେଉଛି। ପାହାଡ଼ ନାମ ଅନୁଯାୟୀ ଫିଲ୍ମର ନାମ ‘ସେମ୍‌ଖୋର୍’ ରଖାଯାଇଛି। ଏହି ପାହାଡ଼ ଅଞ୍ଚଳରେ ରହୁଥିବା ଦିମାସା ଆଦିବାସୀଙ୍କ ଉପରେ ପ୍ରଥମଥର ପାଇଁ ଫିଲ୍ମ ତିଆରି କରାଯାଇଛି।

ସ୍ବାଧୀନତାର ୭୩ ବର୍ଷ ବିତି ସାରିଥିଲେ ମଧ୍ୟ ଆଜି ବି ସେହି ଅଞ୍ଚଳର ଲୋକେ ମୋବାଇଲ କ’ଣ ଜାଣନ୍ତି ନାହିଁ, ପାଣିକୁ ଭଗବାନ ବୋଲି ମାନନ୍ତି ଆଉ ଏବେ ବି ସେଠାରେ ୧୨ ବର୍ଷର ଝିଅ ପୁଅଙ୍କ ଭିତରେ ବିବାହ ହେଉଛି। ଲୋକେ ଚନ୍ଦ୍ରରେ ରହିବା ପାଇଁ ଭାବିବା ବେଳେ ଆଧୁନିକ ଦୁନିଆଠୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇ ରହିଯାଇଛି ଏହି ଅଞ୍ଚଳ। ସେମାନଙ୍କ ଭାଷାରେ ସେମାନଙ୍କ ଜୀବନଶୈଳୀ ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା ବେଳେ ଲିଡ୍ ରୋଲ୍‌ରେ ପ୍ରଥମ ଥର ସୁଯୋଗ ପାଇଛନ୍ତି ଜଗନ୍ନାଥ। ସବୁଠାରୁ ବଡ଼ କଥା ହେଲା ସେମାନଙ୍କ ଭାଷା ଶିଖିବା ସହ ଡବିଂରେ ନିଜେ ସେ ଭଏସ୍ ଦେଇଛନ୍ତି। ତାଙ୍କ ନାୟିକା ସାଜିଛନ୍ତି ଆସାମର ସୁନାମଧନ୍ୟ ଅଭିନେତ୍ରୀ ଆଇମି ବରୁଆ। ସମୀର ଶଶାଙ୍କ ନିର୍ଦ୍ଦେଶନା ଦେଇଥିବାବେଳେ ଅଭିନେତ୍ରୀ ଆଇମି ଏହାର ପ୍ରଯୋଜନା କରିଛନ୍ତି।

ଫିଲ୍ମଟି ଆଜି ରିଲିଜ୍ ହେବ। ଭାରତ ସହ ୧୦ରୁ ଅଧିକ ଦେଶରେ ମୁକ୍ତିଲାଭ କରିବା ପାଇଁ ପ୍ରଯୋଜନା ସଂସ୍ଥା ଯୋଜନା ରଖିଛି। ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାରୁ ୨୦୧୦ରେ ସ୍ନାତକ ଲାଭ କରିବା ପରେ ଜଗନ୍ନାଥ ପ୍ରଥମ ଥର ପାଇଁ ବଡ଼ ପରଦାରେ ଲିଡ୍ ରୋଲ୍‌ରେ ନଜର ଆସିବାକୁ ଯାଉଛନ୍ତି। ୩୪ ବର୍ଷୀୟ ଜଗନ୍ନାଥଙ୍କ ଥିଏଟର୍‌ରେ ୨୩ ବର୍ଷର ଅଭିଜ୍ଞତା ରହିଛି। ସେ ଲୋକ୍‌ ନାଟ୍ୟ ସଂସ୍ଥା ଲୁ’ ପଦମ୍‌ପୁରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ମୁମ୍ବାଇରେ ରହୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ