ମନୋରଞ୍ଜନ

ବଜେଟ୍ ୮୦ କୋଟି, କଳାକାରଙ୍କୁ ୩ କୋଟି

ଯେଉଁ ହାସ୍ୟାଭିନେତାଙ୍କ ଅଭିନୟ ପାଇଁ ଚଳଚ୍ଚିତ୍ର ‘ଜାତି ରତ୍ନାଲୁ’ ବକ୍ସ ଅଫିସ୍ ହଲଚଲ୍ କରିଥିଲା, ତାଙ୍କୁ ନେଇ ଏବେ ପୁଣି ଥରେ ସାଉଥ୍ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହେଇଛି। କାହିଁକି ଜାଣନ୍ତି? ଚଳଚ୍ଚିତ୍ର ‘ଜାତି ରତ୍ନାଲୁ’ର ସିକୁଏଲ୍ ତିଆରି ହେବାକୁଯାଉଛି। ଏଥିପାଇଁ ପାଖାପାଖି ୮୦ କୋଟି ଟଙ୍କାର ବଜେଟ୍ ଅଟକଳ କରାଯାଇଛି। ସବୁଠୁ ବଡ଼କଥା ହେଉଛି ‘ଜାତି ରତ୍ନାଲୁ’ରେ ପୂର୍ବରୁ ଅଭିନୟ କରିଥିବା ହାସ୍ୟାଭିନେତା ନବୀନ ପଲିସେଟ୍ଟୀଙ୍କୁ ପୁଣି ଏହାର ସିକୁଏଲରେ ସେଇ ଚରିତ୍ରରେ ଅବତୀର୍ଣ୍ଣ ହେବାକୁ ନିଷ୍ପତ୍ତି ନିଆଯାଇଛି। ଏଥର ତାଙ୍କୁ ପାରିତୋଷିକ ବାବଦକୁ ୩ କୋଟି ଟଙ୍କା ଦିଆଯିବ। ଏହା ନବୀନ ଡିମାଣ୍ଡ କରିଛନ୍ତି ନା ପ୍ରଯୋଜନା ସଂସ୍ଥା ସ୍ବତଃପ୍ରବୃତ ନିର୍ଦ୍ଧାରଣ କରିଛି, ଅବଶ୍ୟ ତାହା ଜଣାପଡ଼ିନାହିଁ।

ଶୁଣାଯାଉଛି ଚଳଚ୍ଚିତ୍ର ‘ଜାତି ରତ୍ନାଲୁ-୨’ ଆସନ୍ତା ବର୍ଷ ସୁଟିଂଫ୍ଲୋର୍‌କୁ ଆସିବ। ଏ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ। ନବୀନ ପଲିସେଟ୍ଟୀ ଓ ତାଙ୍କର ତିନିଜଣ ସହଯୋଗୀ କଳାକାର ପ୍ରିୟଦର୍ଶୀ ପୁଲ୍ଲିକୋଣ୍ଡା (ଯୋଗୀପେଟ ଶେଖର), ରାହୁଲ ରାମକ୍ରିଷ୍ଣା (ଯୋଗୀପେଟ ରବି), ଅବଦୁହ୍ଲା (ଚିଟ୍ଟି) ମଧ୍ୟ ତାଙ୍କ ସହ ଏଇ ସିକୁଏଲ୍‌ରେ ରହିବେ। ଆପଣ ଭାବୁଥିବେ ନବୀନଙ୍କୁ କାହିଁକି ଏତେ ଟଙ୍କା ଦିଆଯିବ, ସେ ଯେଉଁ ଭୂମିକାରେ ପୂର୍ବ ସିନେମାରେ ମାତ୍ର ୬୦ ଲକ୍ଷ ଟଙ୍କାରେ ଅଭିନୟ କରିଥିଲେ, ସେଇ ଭୂମିକାରେ ଏହାର ସିକୁଏଲ୍‌ରେ ମଧ୍ୟ ଆସିବେ। ହେଲେ ପାରିତୋଷିକରେ ବିରାଟ ପରିବର୍ତ୍ତନ। ଅର୍ଥାତ୍ ୬୦ ଲକ୍ଷରୁ ୩ କୋଟି।

ଏ ସମ୍ପର୍କରେ ଅଭିନେତା ନବୀନ କହିଛନ୍ତି, କଳାକାର କେତେ ପାରିଶ୍ରମିକ ନେଲେ ତାହା ସୀମିତ, ମାତ୍ର ଦର୍ଶକ ତାଙ୍କ ଠାରୁ ଯେଉଁ ମନୋରଂଜନ ନେଇ ମନକୁ ହାଲୁକା କଲେ, ତା’ର ମୂଲ୍ୟ କ’ଣ ଆକଳନ କରିହେବ?

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ