ନୂଆଦିଲ୍ଲୀ ୨୦/୦୭ : ବିଗ୍ ବସ୍ ୧୪ ବିଜେତା ରୁବିନା ଦିଲାଇକ୍ ମ୍ୟୁଜିକ୍ କମ୍ପୋଜର୍ ପଲାଶ ମୁଚ୍ଛଲଙ୍କ ସହିତ ବଡ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ରୁବିନା ତାଙ୍କର ପ୍ରଥମ ଫିଲ୍ମ ପଲାଶ ମୁଚ୍ଛଲଙ୍କ ସହ ସାଇନ୍ କରିଛନ୍ତି। ଏହି ଫିଲ୍ମର ନାମ ହେଉଛି ‘ଅର୍ଧ’ । ପଲାଶ ମୁଚ୍ଛଲ ଜଣେ ନିର୍ଦ୍ଦେଶକ ହେବାକୁ ଯାଉଛନ୍ତି। ଏଥି ସହିତ ଅଭିନେତା ହିତେନ ତେଜୱାନୀ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ।
ବାଣିଜ୍ୟ ବିଶ୍ଳେଷକ ତଥା ଫିଲ୍ମ ସମାଲୋଚକ ତରଣ ଆଦର୍ଶ ଟ୍ୱିଟ୍ କରି ଏହି ସୂଚନା ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି। ସେ ତାଙ୍କ ଟୁଇଟ୍ରେ ଲେଖିଛନ୍ତି, “ରୁବିନା ଦିଲାଇକ୍ ବଡ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ‘ଅର୍ଧ’ ମାଧ୍ୟମରେ ମ୍ୟୁଜିକ୍ କମ୍ପୋଜର୍ ପଲାଶ ମୁଚ୍ଛଲ ନିର୍ଦ୍ଦେଶକ ହେବାକୁ ଯାଉଛନ୍ତି। ପଲାଶ ଏହି ଫିଲ୍ମ ପାଇଁ ହିତେନ ତେଜୱାନୀଙ୍କୁ ସାଇନ୍ କରାଇଛନ୍ତି।”
ଏହି ଫିଲ୍ମରେ ହାସ୍ୟ ଅଭିନେତା ରାଜପାଲ ଯାଦବ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମର ସୁଟିଂ ସେପ୍ଟେମ୍ବର ୨୦୨୧ ରେ ହେବ । ‘ଅର୍ଧ’ ଏକ ଫିଚର ଫିଲ୍ମ ହେବ ଏବଂ ପଲାଶ ମୁଚ୍ଛଲଙ୍କ ନିର୍ଦ୍ଦେଶନାରେ ପ୍ରଥମ ଫିଲ୍ମ ହେବ ।

