ମନୋରଞ୍ଜନ

ଟ୍ରାଜେଡି କିଙ୍ଗଙ୍କ ସମ୍ପତ୍ତିକୁ ନେଇ ବିବାଦ, ୟୁସୁଫ୍ ବୋର୍ଡକୁ ଦାନ କରିନଥିବା ନେଇ ସ୍ପଷ୍ଟକଲେ ମୁଖପାତ୍ର

ନୂଆଦିଲ୍ଲୀ ୧୯/୦୭: ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ଜୁଲାଇ ୭ ରେ ଦେହାନ୍ତ ହୋଇଛି। ତାଙ୍କର ଶେଷ ରୀତିନୀତି ମୁମ୍ବାଇରେ ରାଜ୍ୟ ସମ୍ମାନ ସହିତ କରାଯାଇଛି। କିନ୍ତୁ ତାଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ କିଛି ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି କି ସେ ମୃତ୍ୟୁ ପୂର୍ବରୁ ତାଙ୍କର ୯୮ କୋଟି ଟଙ୍କାର ସମ୍ପତ୍ତି ୱାକଫ ବୋର୍ଡକୁ ଦେଇ ଯାଇଛନ୍ତି।

ଟ୍ୱିଟର୍ ଏବଂ ଫେସବୁକରେ ଏଭଳି ଅନେକ ପୋଷ୍ଟ ରହିଛି ​​ଯେଉଁଥିରେ ଲେଖାହୋଇଛି, “ମହମ୍ମଦ ୟୁସୁଫ ବା ଦିଲୀପ କୁମାରଙ୍କ ପାଇଁ ଲୁହ ଢାଳୁଥିବା ଲୋକମାନେ… ଆଖି ଖୋଲ ଏବଂ ଦେଖ! … ସେ ନିଜର ସମ୍ପତ୍ତି ୱାକଫ ବୋର୍ଡକୁ ଦେଇଛନ୍ତି କିନ୍ତୁ ମନ୍ଦିରକୁ ଗୋଟିଏ ପଇସା ବି ଦେଇ ନାହାଁନ୍ତି ।”

ଜଣେ ଟୁଇଟର ୟୁଜର ଲେଖିଛନ୍ତି, “ଅପରାଧୀଙ୍କ ଇତିହାସକୁ ବୁଝନ୍ତୁ: ଦିଲୀପ କୁମାରଙ୍କ ପ୍ରକୃତ ନାମ ହେଉଛି ୟୁସୁଫ ଖାନ, ସେ ହିନ୍ଦୁ ନାମ ରଖି ବଲିଉଡରେ ବହୁତ ଟଙ୍କା ରୋଜଗାର କରିଥିଲେ, କିନ୍ତୁ ମୃତ୍ୟୁ ବେଳକୁ ତାଙ୍କ ୯୮ ଟଙ୍କାର ସମ୍ପତ୍ତି କୌଣସି ବୃଦ୍ଧ ଆଶ୍ରମ କିମ୍ବା ଅନାଥ ଆଶ୍ରମ ଚଳାଉଥିବା ଏନଜିଓକୁ ନୁହେଁ ୱାକଫ ବୋର୍ଡ ନାମରେ ଏହା କରିଯାଇଛନ୍ତି! “

କିନ୍ତୁ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ସମସ୍ତ ଦାବି ମିଥ୍ୟା ଅଟେ। ଦିଲୀପ କୁମାର ୱାକଫ ବୋର୍ଡକୁ ତାଙ୍କ ସମ୍ପତ୍ତି ଦେଇ ନାହାଁନ୍ତି। ମୁଖ୍ୟ ସ୍ରୋତ ଗଣମାଧ୍ୟମରେ ସେପରି କୌଣସି ଖବର ଆସିନାହିଁ। ଦିଲୀପ କୁମାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ପରିଚାଳନା କରୁଥିବା ଫୈସଲ ଫାରୁକି ମଧ୍ୟ ଏହା ନିଶ୍ଚିତ କରିଛନ୍ତି।

ଫୈସଲ ଫାରୁକି କହିଛନ୍ତି, “ସୋସିଆଲ ମିଡିଆ ପୋଷ୍ଟରେ ଦାବି କରାଯାଉଛି, ସ୍ୱର୍ଗତ ଦିଲୀପ କୁମାର ତାଙ୍କ ସମ୍ପତ୍ତି ୱାକଫ ବୋର୍ଡକୁ ଦେଇ ନାହାଁନ୍ତି। ଘୃଣା ସୃଷ୍ଟି ତଥା ବୃଦ୍ଧି ପାଇଁ ଏଭଳି ଭୁଲ ତଥ୍ୟ ସେୟାର କରାଯାଉଛି। ଏହି ମାମଲାରେ ଜଣେ ଦିବଙ୍ଗତ ଅଭିନେତାଙ୍କୁ ଅପମାନିତ କରାଯାଉଛି । “

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ