ମନୋରଞ୍ଜନ

ଦ୍ବିତୀୟ ଥର ପାଇଁ ମାଆ ବନିବେ ନେହା, ସୋସିଆଲ୍‌ ମିଡିଆରେ ଦେଲେ ଖୁସି ଖବର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନେହା ଧୁପିଆ ଓ ସ୍ବାମୀ ଅଙ୍ଗଦ ବେଦୀ ପ୍ରଶଂସକଙ୍କୁ ପୁଣି ଥରେ ଖୁସି ଖବର ଦେଇଛନ୍ତି। ସେମାନଙ୍କ ପୂର୍ବରୁ ଏକ ଝିଅ ଥିବା ବେଳେ ପୁଣି ଥରେ ମାଆ ବନିବାକୁ ଯାଉଛନ୍ତି ନେହା। ନେହାଙ୍କ ଝିଅର ନାଁ ମେହେର୍।

ନେହା ତାଙ୍କ ସୋସିଆଲ୍‌ ମିଡିଆ ଅକାଉଣ୍ଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ସ୍ବାମୀ ଅଙ୍ଗଦ, ଝିଅ ନେହାଙ୍କ ସହ ନିଜର ଏକ ଫଟୋ ସେୟାର କରି ଏହି ଖୁସି ଖବର ଦେଇଛନ୍ତି, ଯେଉଁଥିରେ ନେହା ଏକ କଳା ରଂଗର ଗାଉନ ପିନ୍ଧିଛନ୍ତି। ସେଥିରେ ସ୍ପଷ୍ଟ ଭାବେ ନେହାଙ୍କ ବେବି-ବମ୍ପ୍ ଦେଖିବାକୁ ମିଳିଛି।

ସେ ଫଟୋ ସେୟାର କରି ସେଥିରେ କ୍ୟାପ୍‌ସନ୍‌ ଲେଖିଛନ୍ତି, ‘ଏହି କ୍ୟାପ୍‌ସନ୍‌ ଭାବିବାକୁ ଆମକୁ ୨ ଦିନ ସମୟ ଲାଗିଗଲା। ସବୁଠାରୁ ଭଲ କ୍ୟାପ୍‌ସନ୍‌ଟି ଆମ ମନକୁ ଆସିଲା, ‘ଧନ୍ୟବାଦ୍‌ ଈଶ୍ବର’।’

ସମାନ ପୋଷ୍ଟ୍‌କୁ ଅଙ୍ଗଦ ସେୟାର୍‌ କରି ଲେଖିଛନ୍ତି, ‘ଖୁବ୍‌ ଶୀଘ୍ର ନୂଆ ହୋମ୍‌ ପ୍ରଡକ୍ସନ ଆସୁଛି।’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ