ଖେଳ

ଇଟାଲୀରେ ତୃତୀୟ ଲହର ! ୟୁରୋ କପ୍ ବିଜୟ ପରେ ଉତ୍ସବରେ ମାତିଗଲେ ଲୋକେ, ମନରେ ରହିଲାନି ମହାମାରୀ ଭୟ

ଇଟାଲୀ ୧୯/୭ : ଇଟାଲୀରେ ଦେଖାଦେଲାଣି ତୃତୀୟ ଲହର ଆଶଙ୍କା । କାରଣ ୟୁରୋ କପ୍ ବିଜୟ ଉତ୍ସବ ଏବେ କରୋନାର ତୃତୀୟ ଲହରକୁ ବାଟ କଢାଇଛି । ଜୁଲାଇ ୧୨ରେ ଇଂଲଣ୍ଡକୁ ପରାସ୍ତ କରି ଇଟାଲୀ ୟୁରୋ କପ୍ ଜିତିଥିଲା । ଆଉ ବିଜୟ ପରେ ଦେଶରେ ଆରମ୍ଉଭ ହୋଇଥିଲା ବିଜୟ ଉତ୍ସବ । ପ୍ରାୟ ଦେଢ ବର୍ଷ ଧରି କରୋନାର କଟକଣା ପରେ ଇଟାଲୀ ବାସୀ ଦୀର୍ଘ ସମୟ ପରେ ଏହି ଉତ୍ସବ ପାଳନରେ ମାତିଯାଇଥିଲେ ।

କିନ୍ତୁ ମନରୁ ପାଶୋରୀ ଯାଇଥିଲେ କରୋନା ଭୟ । ଲୋକମାନେ ବହୁ ସଂଖ୍ୟାରେ ରାସ୍ତାରେ ଏକତ୍ରୀତ ହେବା ସହ କରୋନା ଗାଇଡଲାଇନକୁ ବି ଭୁଲିଯାଇଥିଲେ। ନାଁ ଥିଲା ମୁହଁରେ ମାସ୍କ ନାଁ ଥିଲା ସାମାଜିକ ଦୂରତା । ଫଳରେ ଏଠାରେ ବଢିବାରେ ଲାଗିଛି ସଂକ୍ରମଣ ହାର । ରୋମ, ମିଲାନ, ଫ୍ଲୋରେନ୍ସର ରାସ୍ତା ଘାଟରେ ଏକାଠି ହୋଇ ପାର୍ଟିରେ ମାତିଥିଲେ ଲୋକେ ।

ଆଉ ଏବେ ଉତ୍ସାହରେ ସଚେତନ ନହେବାର ଫଳାଫଳ ସାମ୍ନାକୁ ଆସିଛି । ଉତ୍ସବ ପାଳନର ର ଏକ ସପ୍ତାହ ପରେ, ଇଟାଲୀରେ କରୋନା ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଜୁଲାଇ ୧ରେ ଇଟାଲୀରେ, କେବଳ ୮୭୯ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ