ଧର୍ମ

ଚାରଧାମ ଯାତ୍ରା ବନ୍ଦ, ଏବେ ଲାଇଭ ଷ୍ଟ୍ରିମିଂ ଉପରେ ରୋକ ଲଗାଇଲେ ଉତ୍ତରାଖଣ୍ଡ ସରକାର, କାରଣ କହିଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌ ୧୭/୭: କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆଶଙ୍କା ମଧ୍ୟରେ ଉତ୍ତରାଖଣ୍ଡ ସରକାର କାଉଡିଆ ଯାତ୍ରା ସହିତ ଚାରଧାମ୍‌ ଯାତ୍ରା ପାଇଁ ଏଥର ଅନୁମତି ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ଚାରଧାମ ମନ୍ଦିରର ଗର୍ଭଗୃହରୁ ପୂଜାର ଲାଇଭ୍‌ ଷ୍ଟ୍ରିମିଂ ଉପରେ ମଧ୍ୟ ସରକାର ରୋକ ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏଥିପାଇଁ ବେଦର କାରଣ ଦର୍ଶାଇ ଖୁବଶୀଘ୍ର ଏହାକୁ ନେଇ ସତ୍ୟପାଠ ଦାଖଲ କରିବେ ବୋଲି କହିଛନ୍ତି।

ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପ​‌ରେ ଏଥର ଚାରଧାମ ଯାତ୍ରାର ଲାଇଭ ଷ୍ଟ୍ରିମିଂ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। କାରଣ ବେଦରେ ଏ ସମ୍ପର୍କରେ ବର୍ଣ୍ଣନା ହୋଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଧାମି। ତେଣୁ ସରକାରଙ୍କ ପକ୍ଷରୁ ଏନେଇ ଏକ ସତ୍ୟପାଠ ହାଇକୋର୍ଟରେ ଦିଆଯିବ।

ଏହା ପୂର୍ବରୁ ଉତ୍ତରାଖଣ୍ଡ ହାଇକୋର୍ଟ ସରକାରଙ୍କୁ ଏନେଇ ତାଗିଦ କରିଥିଲେ। ଜୁଲାଇ ପହିଲାରୁ ଚାରଧାମ୍‌ ଯାତ୍ରା ଆରମ୍ଭ ହେବାକୁ ନେଇ କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ ଲଗାଇଥିଲେ ହାଇକୋର୍ଟ। ଏହା ସହ​ ଚାରଧାମ୍‌ ଶ୍ରୀ ବଦ୍ରିନାଥ, ଶ୍ରୀ କେଦାରନାଥ, ଗଂଗୋତ୍ରୀ ଏବଂ ୟମୁନୋତ୍ରୀ ମନ୍ଦିରର ଗର୍ଭଗୃହ ପୂଜାର ଲାଇଭ ଷ୍ଟ୍ରିମିଂ ପାଇଁ ସରକାରଙ୍କୁ କହିଥିଲେ କୋର୍ଟ । କିନ୍ତୁ ଏମିତି ନକରିବାକୁ ଉତ୍ତରାଖଣ୍ଡ ସରକାର ନିଷ୍ପତ୍ତି ନେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ