ଦେଶ ବିଦେଶ ଧର୍ମ

ରୋପୱେ ସହ ସଂଯୋଗ କରାଯିବ ଚାରିଧାମ ; ତୀର୍ଥଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା

ଗଙ୍ଗୋତ୍ରୀ ଯମୁନୋତ୍ରୀ, ବଦ୍ରିନାଥ ଏବଂ କେଦାରନାଥ ଏହି ଚାରିଧାମ ମନ୍ଦିରକୁ ରୋପୱେ ସହ ସଂଯୋଗ କରାଯିବା କାର୍ଯ୍ୟ ଖୁବ ଶୀଘ୍ର ହେବା ନେଇ ଯୋଜନା ଚାଲିଛି । ଏଥିପାଇଁ ରେଳ ବିକାଶ ନିଗମ ଏକ ଯୋଜନା ପ୍ରସ୍ତୁତ କରିଛି ଏବଂ ଖୁବ୍ ଶୀଘ୍ର ବିଶେଷଜ୍ଞ ଦଳ ସର୍ଭେ ଆରମ୍ଭ କରିବେ ।

ଏହି ଚାରିଧାମକୁ ରେଳ ଲାଇନ ସହିତ ସଂଯୋଗ କରିବା ପାଇଁ, ସର୍ଭେ ସହିତ କେତେ ଜମି ଲାଗିବ ତାହାର ମଧ୍ୟ ଅନୁଧ୍ୟାନ ଶେଷ କରିଛି ଆରବିଏନଏଲ । ତେବେ ଏହି ଯୋଜନା ଅନୁଯାୟୀ, ଗଙ୍ଗୋତ୍ରି, ଯମୁନୋତ୍ରୀ, ବଦ୍ରିନାଥ ଏବଂ କେଦାରନାଥ ଧାମର ଟର୍ମିନାଲ ରେଳ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ଏକ ରୋପୱେ ନିର୍ମାଣ କରାଯିବ। କେବୁଲ୍ କାର୍ ସହ ଅନ୍ୟାନ୍ୟ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ । ରେଲୱେ ଡେଭଲପମେଣ୍ଟ କର୍ପୋରେସନ ଅନୁସାରେ, ଚାରିଧାମକୁ ରେଳ ଲାଇନ ସହ ସଂଯୋଗ କରାଯିବ । ଯେଉଁଥି ପାଇଁ ଜମି ଚିହ୍ନଟ କରାଯିବା ପରେ ସେଠାରେ ସ୍ତମ୍ଭ ସ୍ଥାପନ କରାଯାଇଛି ।

କିନ୍ତୁ, ମନ୍ଦିର ଗୁଡିକ ଠାରୁ ରେଳ ଷ୍ଟେସନଗୁଡିକର ଦୂରତା ୧୫ ରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ । ଏଭଳି ସ୍ଥିତିରେ ବଦ୍ରିନାଥ ଧାମ ପାଇଁ ଜୋଶିମାଠ – ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ, ମେନେରୀରୁ ଗାଙ୍ଗୋତ୍ରି ପାଇଁ ବଡକୋଟ-ନନ୍ଦଗାଁରୁ ଯମୁନୋତ୍ରିୀପର୍ଯ୍ୟନ୍ତ ଏକ ରୋପୱେ ନିର୍ମାଣ କରାଯିବ । ଏହି ପ୍ରସ୍ତାବିତ ରୋପୱେର ଲମ୍ବ ପାଞ୍ଚରୁ ଦଶ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ଏହି ଯୋଜନାକୁ ଆଣିବା ପାଇଁ ଆରବିଏନଏଲର ଅଧିକାରୀଙ୍କ ସହ ରେଳ ନିର୍ମାଣ ଏବଂ ରୋପୱେ ନିର୍ମାଣ ସହ ଜଡିତ ଥିବା ବିଶେଷଜ୍ଞଙ୍କ ସହ ପ୍ରଥମ ପର୍ଯ୍ୟାୟର ଆଲୋଚନା ମଧ୍ୟ ହୋଇସାରିଛି ।

୨୦୦୫ ମସିହାରେ, ରାମବାଡା-କେଦାରନାଥ ପର୍ଯ୍ୟନ୍ତ ତିନି କିଲୋମିଟର ଲମ୍ବା ରୋପୱେ ପାଇଁ ଅନୁମୋଦନ କରାଯାଇଥିଲା । ଏନେଇ ଉତ୍ତରାଞ୍ଚଳ ଭିତ୍ତିଭୂମି ବିକାଶ କମ୍ପାନୀ ରୋପୱେ ନିର୍ମାଣ ପାଇଁ ଏକ ସର୍ଭେ ମଧ୍ୟ କରିଥିଲା । ଏହା ସହ ଅଞ୍ଚଳର ଏକ ପରୀକ୍ଷା ମଧ୍ୟ କରିଥିଲେ । ଏହା ପରେ ରୋପୱେ ନିର୍ମାଣ ପାଇଁ ୭୦ କୋଟିର ପ୍ରସ୍ତାବ ପ୍ରସ୍ତୁତ ହୋଇ ସରକାରଙ୍କ ନିକଟକୁ ପଠାଯାଇଥିଲା । ସରକାର ଏନେଇ ପବ୍ଲିକ ପ୍ରାଇଭେଟ ପାର୍ଟନରସିପଙ୍କ ସହ କାର୍ଯ୍ୟ କରିବା ନେଇ ଆଲୋଚନା କରିଥିଲେ । ଯାହା କି ୨୦୦୯ରେ ଟେଣ୍ଡର ମଧ୍ୟ କରାଯାଇଥିଲା। କିନ୍ତୁ କୌଣସି କମ୍ପାନୀ ଏହି ପଦକ୍ଷେପ ନେଇ ନଥିଲେ। ଚାରଧାମର ଯାତ୍ରାକୁ ସୁଗମ ତଥା ନିରାପଦ କରିବା ପାଇଁ ରେଳ ଲାଇନ ନିର୍ମାଣ ପାଇଁ ଏହି ସର୍ଭେ କରାଯାଇଛି। ଟର୍ମିନାଲ୍ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ରୋପୱେ ନିର୍ମାଣ କରାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ