ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀରେ କରୋନାର ତୃତୀୟ ଲହରି, ମାନିଲେ କେଜ୍ରିଓ୍ୱାଲ୍‌

ନୂଆଦିଲ୍ଲୀ ୦୫।୧୧ : ସମୟ ଗଡିବା ସହ ନୂଆ ନୂଆ ଭୟ ସୃଷ୍ଟି କରୁଛି କରୋନା । ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୮୩ ଲକ୍ଷ ଅତିକ୍ରମ କରିସାରିଛି । କେବଳ ଦିଲ୍ଲୀରେ ମୋଟ ରୋଗୀଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ହୋଇଛି । ଗତ କିଛିଦିନ ମଧ୍ୟରେ ଦେଶର ରାଜଧାନୀରେ ଦ୍ରୁତ ଗତିରେ କରୋନା ରୋଗୀ ଦେଖାଦେଇଛନ୍ତି । ଏହାକୁ ନେଇ ଦିଲ୍ଲୀ ସରକାର ବିଶ୍ବାସ କରିଛନ୍ତି ଏହା ହେଉଛି କରୋନାର ତୃତୀୟ ଲହର । ତେବେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହିଛନ୍ତି ଯେ ଦିଲ୍ଲୀରେ କରୋନାର ତୃତୀୟ ଲହର ସଂକ୍ରମଣ ହେଉଥିବା ମନେକରି ସମୀକ୍ଷା ବୈଠକ ଡକାଯାଇଛନ୍ତି । ଅପରାହ୍ନ ୪ଟା ସମୟରେ ଏହି ବୈଠକ ବସିବ । ଏହି ବୈଠକରେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ଆଇସିୟୁ ବେଡ, ଭେଣ୍ଟିଲେଟର ଏବଂ ବେଡ ଉପରେ ଆଲୋଚନା ହେବ । କରୋନା ସଂକ୍ରମଣ ବଢିବା ପରେ କେତେକ ହସପିଟାଲରେ ଭେଣ୍ଟିଲେଟର ସିମିତ ହୋଇଥିଲା । ବୈଠକରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ । ଏପରିକି ବେସରକାରୀ ହସପିଟାଲ ଗୁଡିକୁ ନଜରରେ ରଖିଛନ୍ତି କେଜ୍ରିଓ୍ବାଲ । ତେବେ ଗତକାଲି ଦିଲ୍ଲୀରେ କରୋନା ଭାଇରସର ୬୭୨୫ ନୂଆ ମାମଲା ସାମ୍ନାକୁ ଆସିଥିଲା । ତେବେ ଦିଲ୍ଲୀରେ ଏପର୍ଯ୍ୟନ୍ତ ୪ ଲକ୍ଷ ୩ ହଜାର ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ