ଖେଳ

ଫୁଟ୍‌ବଲ୍‌ରୁ ଅବସର ନେଲେ ରୋବେନ୍‌

ଦି ହଗ୍‌: ନେଦରଲାଣ୍ଡ୍‌ର ମହାନ୍‌ ଫୁଟ୍‌ବଲ ତାରକା ଅର୍ଜେନ୍‌ ରୋବେନ୍‌ ଅବସର ନେଇଯାଇଛନ୍ତି। ୟୁଥ୍‌ କ୍ଲବ୍‌ ଏଫ୍‌ସି ଗ୍ରୋନିଗେନ୍‌ ପକ୍ଷରୁ ଖେଳୁଥିବା ଏହା ତାରକା ଖେଳାଳି ଗୁରୁବାର ତାଙ୍କ ଦୁଇ ଦଶନ୍ଧୀର ଜାଜୁଲ୍ୟମୟ ଫୁଟ୍‌ବଲ୍‌ କ୍ୟାରିୟରର ଅନ୍ତ ଘଟିଲା ବୋଲି ଘୋ‌ଷଣା କରିଛନ୍ତି। ତାଙ୍କ ପିଢ଼ିର ଅନ୍ୟତମ ଶ୍ରେ‌ଷ୍ଠ ୱିଙ୍ଗର ଭାବେ ପରିଗଣିତ ରୋବେନ୍‌ ଗତବର୍ଷ ଏଫ୍‌ସି ଗ୍ରୋନିଗେନ୍‌ ସହ ପୁନର୍ବାର ଯୋଡ଼ି ହୋଇଥିଲେ। ସେ ଚେଲ୍‌ସି, ରିଅଲ୍‌ ମାଦ୍ରିଦ୍‌ ଓ ବେୟର୍ନ ମ୍ୟୁନିକ୍‌କୁ ବିଜୟୀ କରାଇଥିଲେ। ହେଲେ ଏବେ ସକ୍ରିୟ ଫୁଟ୍‌ବଲ୍‌ରୁ ଅବସର ନେବାକୁ ସ୍ଥିର କଲି ବୋଲି ଗୁରୁବାର ଘୋଷଣା କରିଛନ୍ତି। ଏହା ଖୁବ୍‌ କଷ୍ଟସାଧ୍ୟ ନିଷ୍ପତ୍ତି ବୋଲି ଅବଶ୍ୟ କହିଛନ୍ତି ୩୭ ବର୍ଷ ବୟସ୍କ ରୋବେନ୍‌।

ରୋବେନ୍‌ କ୍ଲବ୍‌ ସ୍ତରରେ ୨୦୦ରୁ ଅଧିକ ଗୋଲ୍‌ କରିଥିଲା ବେଳେ ନେଦରଲାଣ୍ଡ୍‌ ଜାତୀୟ ଦଳ ପକ୍ଷରୁ ୩୭ ଗୋଲ୍‌ କରିଛନ୍ତି। ଶେଷ ଥର ପାଇଁ ସେ ୨୦୧୭ରେ ଆମ୍‌ଷ୍ଟରଡାମ୍‌ରେ ସ୍ବିଡେନ୍‌ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲେ। ସେ ନେଦରଲାଣ୍ଡ୍‌ର ୨୦୧୦ ଓ ୨୦୧୪ ବିଶ୍ବକପ୍‌ ଦଳର ସଦସ୍ୟ ରହିଥିଲେ। ୨୦୧୦ ଦକ୍ଷିଣ ଆଫ୍ରିକା ବିଶ୍ବକପ୍‌ରେ ନେଦରଲାଣ୍ଡ୍‌ ଫାଇନାଲ୍‌ ‌ଖେଳିଥିଲା ବେଳେ ୨୦୧୪ ବ୍ରାଜିଲ ବିଶ୍ବକପ୍‌ରେ ତୃତୀୟ ସ୍ଥାନ ପାଇଥିଲା।

୨୦୦୦-୦୧ ଋତୁରେ ଏଫ୍‌ସି ଗ୍ରୋନିଗେନ୍‌ ପକ୍ଷରୁ ପଦାର୍ପଣ କରିଥିବା ରୋବେନ୍‌ ୨୦୦୨-୦୩ରେ ପିଏସ୍‌ଭିକୁ ସ୍ଥାନାନ୍ତର ହୋଇଥିଲେ। ଏହାର ଦୁଇ ବର୍ଷ ପରେ ପ୍ରଥମ ବିଦେଶୀ ଦଳ ଭାବେ ଚେଲ୍‌ସିରେ ଯୋଗଦେଇଥିଲେ। ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୱେଷ୍ଟ ଲଣ୍ଡନ କ୍ଲବ୍‌ ମଧ୍ୟ ୨୦୦୫-୦୬ରେ ଇଂଲିସ୍‌ ପ୍ରିମିୟର ଲିଗ୍‌ ବିଜେତା ହୋଇଥିଲା। ୨୦୦୭ରେ ରୋବେନ୍‌ ରିଅଲ୍‌ ମାଦ୍ରିଦ୍‌କୁ ସ୍ଥାନାନ୍ତର ହୋଇଥିଲେ। ମାଦ୍ରିଦ୍‌ ତାଙ୍କୁ ସେତେବେଳେ ୩୫ ମିଲିୟନ୍‌ ୟୁରୋରେ ଚୁକ୍ତିବଦ୍ଧ କରିଥିଲା। ହେଲେ ୨୦୦୯ରେ ସେ ବେୟର୍ନ ମ୍ୟୁନିକ୍‌ରେ ଯୋଗ ଦେଇଥିଲେ। ୨୦୧୯ରେ ତାଙ୍କ ଶେଷ ଲିଗ୍‌ ଗୋଲ୍‌ ରୋବେନ୍‌ ବେୟର୍ନ ପାଇଁ କରିଥିଲେ। ସେ ୨୦୧ ବୁନ୍ଦେସ୍‌ଲିଗା ମ୍ୟାଚ୍‌ ଖେଳି ୯୯ ଗୋଲ୍‌ ନିଜ ନାମରେ ରଖିଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ