ମନୋରଞ୍ଜନ

୩୮ ବର୍ଷ ବୟସରେ ପାଦ ଥାପିଲେ କ୍ୟାଟ୍ରିନା, ବ୍ରିଟିଶ ମଡେଲରୁ ବନିଥିଲେ ବଲିଉଡର ଆଗଧାଡିର ନାୟିକା

ମୁମ୍ବାଇ ୧୬/୭ ବଲିଉଡର ବାର୍ବି ଡଲ କ୍ୟାଟ୍ରିନା କୈଫ୍ ନିଜର ସୁନ୍ଦରତା ଓ ଚମତ୍କାର ଅଭିନୟ ବେଶ ଜଣାଶୁଣା । କ୍ୟାଟ୍ରିନା ୧୬ ଜୁଲାଇ ୧୯୮୩ ମସିହାରେ ହଙ୍ଗକଙ୍ଗରେ ଜନ୍ମ ହୋଇଥିଲେ । କହିବାକୁ ଗଲେ ସେ ବ୍ରିଟିଶ ମଡେଲ ଆଜି ସେ ୩୮ ବର୍ଷର ଜନ୍ମ ଦିନ ପାଳୁଛନ୍ତି । ୨୦୦୩ ମସିହାରେ ଫିଲ୍ମ ବୁମ ଜରିଆରେ ଡେବ୍ୟୁ କରିଥିଲେ କ୍ୟାଟରିନା ।


ଏହି ଚଳଚ୍ଚିତ୍ରଟି ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା ଶ୍ରଫଙ୍କ ଦ୍ୱାରା ନିର୍ମିତ ହୋଇଥିଲା । କିନ୍ତୁ ଏହି ଚଳଚ୍ଚିତ୍ରଟି ବଡ ପରଦାରେ ଖରାପ ଫ୍ଲପ୍ ହୋଇଥିଲା । ୧୮ ବର୍ଷର କ୍ୟାରିଅରରେ ଅନେକ ସୁପରହିଟ ଫିଲ୍ମ କରି ବେଶ ସଫଳତା ପାଇଛନ୍ତି । ସେ ଏମିତି ଜଣେ ଅଭିନେତ୍ରୀ ଯିଏକି ଫିଲ୍ମ ପାଇଁ ସର୍ବାଧିକ ଫି ଆଦାୟ କରନ୍ତି । ତାଙ୍କ ସୋସିଆଲ ମିଡିଆରୁ ଆରମ୍ଭ କରି ସବୁ ଆଡେ ତାଙ୍କ ଫ୍ୟାନ୍ସ ଫଲୋଇଙ୍ଗ ଅଧିକ ରହିଛନ୍ତି ।

ବଲିଉଡର ଟପ ଅଭିନେତ୍ରୀଙ୍କ ମଧ୍ୟରେ ଥିବା କ୍ୟାଟ୍ରିନା କୈଫ ନାଁ ରହିଛି । କ୍ୟାଟ୍ରିନା ବହୁତ କମ ବୟସରୁ ମଡେଲିଂ ଦୁନିଆରେ ପ୍ରବେଶ କରିଥିଲେ । ମାତ୍ର 14 ବର୍ଷ ବୟସରେ ସେ ହୱାଇରେ ଏକ ବ୍ୟୁଟି ପ୍ରତିଯୋଗିତାରେ ଜିତିଥିଲେ । ଏହା ପରେ ସେ ଅନେକ ଫ୍ରିଲାନ୍ସ ପ୍ରୋଜେକ୍ଟରେ କାମ କରିଥିଲେ । ବଲିଉଡରେ କ୍ୟାଟ୍ରିନାଙ୍କ ଯାତ୍ରା ସହଜ ନଥିଲା । ଅଭିନେତା ଅକ୍ଷୟ କୁମାର ଏବଂ ସଲମାନ ଖାନଙ୍କ ସହ କ୍ୟାଟଙ୍କ ଅଧିକାଂଶ ଫିଲ୍ମ ହିଟ୍ ରହିଛି ।

ବଲିଉଡରେ ଦବଙ୍ଗ ଖାନ ସଲମାନଙ୍କ ନଜର ଯେତେବେଳେ କ୍ୟାଟ୍ରିନାଙ୍କ ଉପରେ ପଡିଥିଲା ତାଙ୍କ ସୁନ୍ଦରତା ଉପରେ ଫିଦା ହୋଇଯାଇଥିଲେ । ସଲମାନ କ୍ୟାଟ୍ରିନାଙ୍କ ମେନେ ପ୍ୟାର କ୍ୟୁଁ କିୟାରେ କାଷ୍ଟ କରିଥିଲେ । ଏହି ଫିଲ୍ମ ସହ ଦୁହିଁଙ୍କ ଯୋଡିଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିବା ସହ ହିଟ ହୋଇଥିଲା । ଏହା ପର ଠାରୁ ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବାକୁ ଲାଗିଲା ।

ଦୁହିଁଙ୍କୁ ଫିଲ୍ମ ପାର୍ଟିରେ ହେଉ କିମ୍ବା ଆୱାର୍ଡ ସୋରେ ଦେଖିବାକୁ ମିଳୁଥିଲା । କିନ୍ତୁ କ୍ୟାଟ୍ରିନା ଯେତେବେଳେ ୨୦୦୯ରେ ଅଜବ ପ୍ରେମ କି ଗଜବ କାହାଣୀ ଫିଲ୍ମରେ ରଣବୀରଙ୍କ ସହ କାମ କଲେ ଦୁହିଁଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ତାଙ୍କ ଆଫେୟାର୍ସକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । କୁହାଯାଉଥିଲା କି ଦୁହେଁ ଦୁହିଁଙ୍କୁ ବିବାହ କରିବେ । ବର୍ତ୍ତମାନ ବି-ଟାଉନରେ କ୍ୟାଟ୍ରିନା ଓ ଭିକି କୌଶଲଙ୍କ ସହ ଯୋଡା ଯାଉଛି ।


ଖବରରୁ ଜଣାପଡିଛି କି ସେ ଗତ ୨ବର୍ଷ ହେବ ଡେଟ କରୁଛନ୍ତି । ଏନେଇ ଦୁହିଁଙ୍କ ପକ୍ଷରୁ ସେମାନଙ୍କ ସମ୍ପର୍କକୁ ନେଇ କୌଣସି ପ୍ରକାରର ଅଫିସିଆଲ ଘୋଷଣା କରିନାହାନ୍ତି । କିନ୍ତୁ ଏକ ଆୱାର୍ଡ ସୋରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା ଯେଉଁଥିରେ ଭିକି କ୍ୟାଟ୍ରିନାଙ୍କୁ ପଚାରିଥିଲେ ତୁମେ ମୋତେ ବିବାହ କରିବ । କହିବାକୁ ଏହା ମଜାରେ କ୍ୟାଟ୍ରିନାଙ୍କୁ ପ୍ରପୋଜ କରିଥାଇ ପାରନ୍ତି କିନ୍ତୁ ଏହାକୁ ସୋସିଆଲ ମିଡିଆରେ ୟୁଜର୍ସମାନେ ଖୁବ୍ ପସନ୍ଦ କରିଥିଲେ ।

କ୍ୟାଟ୍ରିନାଙ୍କ ପ୍ରଥମ ଫିଲ୍ମ ଫ୍ଲପ ହେବା ପରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି ଯେମିତିକି ‘ନମସ୍ତେ ଲଣ୍ଡନ’, ‘ସିଙ୍ଗିସ୍ କିଙ୍ଗ’, ‘ପାର୍ଟନର’, ‘ଅଜାବ ପ୍ରେମ କି ଗଜବ କାହାନି’, ‘ଏକ ଥା ଟାଇଗର’, ‘ଜବ ତକ ହେ ଜାନ’ ଏବଂ ‘ଟାଇଗର ଜିନ୍ଦା’ ଭଳି ଅନେକ ସୁପରହିଟ ଫିଲ୍ମ ରହିଛି । ତେବେ ଆଗକୁ କ୍ୟାଟ୍ରିନାଙ୍କ ଅପକମିଙ୍ଗ ଫିଲ୍ମ ଟାଇଗର-୩, ସୂର୍ଯ୍ୟବଂଶୀ, ଫୋନବୁଥ ବ୍ୟତୀତ ବିଜୟ ସେୁପତି ଓ ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଫିଲ୍ମରେ ନଜର ଆସିବେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ